Latest Odisha News

BREAKING NEWS

ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଣ୍ଠିର ଅପବ୍ୟବହାର, ପୂର୍ବତନ ମେଡିକାଲ ଅଫିସରଙ୍କୁ ୨ ବର୍ଷ ଜେଲ୍

ଭୁବନେଶ୍ୱର: କୋରାପୁଟର ପୂର୍ବତନ ମେଡିକାଲ୍ ଅଫିସର ଡାକ୍ତର କେ. ହରିବନ୍ଧୁ ରେଡ୍ଡୀଙ୍କୁ ୨ ବର୍ଷ ଜେଲ୍ । ଉନ୍ନତ ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଣ୍ଠିର ଅପବ୍ୟବହାର ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜୟପୁର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ।

ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି କୋର୍ଟ । ଡାକ୍ତର ରେଡ୍ଡୀଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲା । ଜେଲ ସହ କୋର୍ଟ ଜରିମାନା କରିଥିବା ବେଳେ ଅର୍ଥ ନଦେଲେ ଆଉ ୩ ମାସ ଜେଲ୍ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.