Latest Odisha News

BREAKING NEWS

ଅଭିନେତା ରଣବୀର ସିଂହଙ୍କୁ ଧମକ, ହ୍ୱାଟ୍ସଆପରେ କୋଟି କୋଟି ଦାବି

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ମଙ୍ଗଳବାର ହତ୍ୟା ଧମକ ମିଳିଛି। ଏହି ଧମକ ହ୍ୱାଟସଆପ୍ ଭଏସ୍ ନୋଟ୍ ମାଧ୍ୟମରେ ଦିଆଯାଇଥିବା ଜଣାପଡିଛି। ଯେଉଁଥିରେ ଅଭିଯୁକ୍ତମାନେ କୋଟି କୋଟି ଟଙ୍କା ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଧମକ ପାଇବା ପରେ ତୁରନ୍ତ ମୁମ୍ବାଇ ପୋଲିସ ରଣବୀର ସିଂହଙ୍କ ବାନ୍ଦ୍ରା ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଛି। ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ଭିଜିଟରଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଜାନୁଆରୀ ୩୧ ତାରିଖରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ଘର ବାହାରେ ପାଞ୍ଚ ରାଉଣ୍ଡ ଗୁଳିଚାଳନା ଘଟଣା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ମୁମ୍ବାଇ ପୋଲିସକୁ ଅଧିକ ସଜାଗ ରହିଛି।

Comments are closed.