Latest Odisha News

ବନ୍ଦ ହେଲା ଶଙ୍କରଙ୍କ ଅପରିଚିତର ହିନ୍ଦୀ ରିମେକ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଶଙ୍କରଙ୍କ ବହୂ ପ୍ରତିକ୍ଷୀତ ଅପରିଚିର ହିନ୍ଦୀ ରିମେକକୁ ବନ୍ଦ କରି ଦିଆଯାଇଛି । ରଣବୀର ସିଂ ଅଭିନୀତ ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚା ଜୋର ଧରିଥିଲା । ଶଙ୍କର ରୋବୋଟ, ଇଣ୍ଡିଆନ ଓ ନାୟକ ପରି ସୁପରହିଟ ଫିଲ୍ମ କରି ସାରିଛନ୍ତି । ସେ ଏ ନେଇ କହିଛନ୍ତି ଆମେ ଅପରିଚିତର ହିନ୍ଦୀ ରିମେକ କରିବାକୁ ଚାହୁଁଥିଲୁ, ମାତ୍ର ଏବେ ଏହାଠାରୁ ଆଉ ଏକ ବଡ ଫିଲ୍ମ ପାଇଁ ଉଦ୍ୟମ ଆରମ୍ଭ କରିଛୁ । ଶଙ୍କର ଏବେ ୨ଟି ବିଗ ବଜେଟ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏହା ପରେ ଉପରୋକ୍ତ ଫିଲ୍ମ ସମ୍ପର୍କରେ ଚିନ୍ତା କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ରଣବୀର ଏବେ ଅନେକଗୁଡିଏ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

ରୋହିତ ଶେଟ୍ଟୀଙ୍କ ସିଂଘମ ଏଗେନରେ ତାଙ୍କୁ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହ ଅକ୍ଷୟ କୁମାର, ଅର୍ଜୁନ କାପୁର, କରୀନା କାପୁର ପରି କଳାକାର ଅଭିନୟ କରୁଛନ୍ତି । ଏହା ପରେ ସେ ଫରହାନ ଅଖତାରଙ୍କ ଡନ ୩ରେ ଶୁଟିଂ କରିବେ । ପ୍ରଥମ ଥର ପାଇଁ ଶାହାରୁଖ ଖାଁଙ୍କ ବଦଳରେ ରଣବୀରଙ୍କୁ ଡନ ଭୂମିକା ପ୍ରଦାନ କରାଯାଇଛି । ସେହିପରି ସୁପରହୀରୋ ଫିଲ୍ମ ଶକ୍ତିମାନରେ ମଧ୍ୟ ସେ ମୂଖ୍ୟ ଭୂମିକା କରିବେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.