Latest Odisha News

BREAKING NEWS

ଶାହରୁଖଙ୍କୁ ହଟେଇ ଡନ୍‍ ସାଜିବେ ରଣବୀର!

ମୁମ୍ବାଇ : ପ୍ରଥମେ ଅମିତାଭ, ତାପରେ ଶାହାରୁଖ ଆଉ ଏବେ ରଣବୀର ସିଂ । ସୁଟିଂ ହେବାକୁ ଅଛି ସୁପରହିଟ୍ ଫିଲ୍ମ ‘ଡନ-୩’ । ୧୯୭୮ ମସିହାରେ ପ୍ରଥମେ ଏହାର ନିର୍ମାଣ କରାଯାଇଥିଲା । ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କୁ । ୯୦ ଦଶକର ଏହି ଫିଲ୍ମ ଦର୍ଶକଙ୍କ ମନରେ ଅମିତାଭଙ୍କ ପାଇଁ ତିଆରି କରିଥିଲା ସ୍ୱତନ୍ତ୍ର ସ୍ଥାନ ।

ତାପରେ ୨୦୦୬ରେ ଏହାର ରିମେକ କରାଯାଇଥିଲା ଓ ଏହାର ନାୟକ ସାଜିଥିଲେ ଶାହାରୁଖ ଖାନ ଓ ତାଙ୍କ ସହ ପ୍ରିୟଙ୍କା ଚୋପ୍ରା, କରିନା କପୁର, ବୋମାନ ଇରାନୀଙ୍କ ପରି କଳାକାର ନଜରକୁ ଆସିଥିଲେ । ଫିଲ୍ମଟି ଖୁବ୍ ଲୋକପ୍ରିୟ ହେବା ସହ ଭଲ ରୋଜଗାର ମଧ୍ୟ କରିଥିଲା ।

ପରେ ପରେ ୨୦୧୧ ମସିହାରେ ପରଦାକୁ ଆସିଥିଲା ଏହାର ସିକ୍ୱେଲ ‘ଡନ୍-୨’ । ପୁଣିଥରେ ଶାହାରୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଏହାର ନିର୍ଦ୍ଦେଶନାର ଭାର ସମ୍ଭାଳିଥିଲେ ଫରହାନ ଅଖତର । ୭୮ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରୋଜଗାର କରିଥିଲା ୨୦୯.୫୦ କୋଟି ଟଙ୍କା ।

ଆଉ ଏବେ ତିଆରି ହେବାକୁ ଯାଉଛି ଏହି ସିନେମାର ତୃତୀୟ ଭାଗ ‘ଡନ-୩’ । କିନ୍ତୁ ଏହି ସିନେମାରେ ଶାହାରୁଖଙ୍କ ସ୍ଥାନରେ ରଣବୀର ସିଂ ନଜରକୁ ଆସିବେ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.