କଟକ : କଟକ ଦରଘା ବଜାର ଅଞ୍ଚଳରୁ ପୋଲିସ ଦୀର୍ଘ ୨୩ ବର୍ଷ ପରେ ଜଣେ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତଙ୍କ ନାମ ୟାକୁବ ଖାନ୍ (୪୬) ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ଜଣକ କେନ୍ଦ୍ରାପଡାରେ ରହୁଥିବାବେଳେ ୧୯୯୬ ମସିହାରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଘଟାଇଥିଲା । ପରେ ଏନେଇ ପିଡିତାଙ୍କ ପରିବାର ଲୋକେ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ତା’ ବିରୋଧରେ ୱାରଣ୍ଟ୍ ଜାରି କରାଯାଇଥିଲେ ମଧ୍ୟ କେନ୍ଦ୍ରାପଡା ପୋଲିସ ତାକୁ ଗିରଫ କରିବାରେ ବିଫଳ ହୋଇଥିଲା ।
ତେବେ ଦରଘା ବଜାର ପୋଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ୟାକୁବର ଘର ଉପରେ ଚଢାଉ କରିବା ସହ ତା’କୁ କାବୁ କରିଛି ।
Comments are closed.