Latest Odisha News

BREAKING NEWS

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୧ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ଅନେକ ଦିନଧରି ଅଭିଯୁକ୍ତ ଅଜୟ ବାଗ ସମ୍ପୃକ୍ତ କଲେଜ ଛାତ୍ରୀଙ୍କୁ ପିଛା କରିବା ସହ ହଇରାଣ ହରକତ ମଧ୍ୟ କରୁଥିଲେ । ଗତ ରାତିରେ ସମ୍ପୃକ୍ତ ଯୁବତୀ କୌଣସି କାରଣବଶତଃ ବାହାରକୁ ଯାଇଥିବାବେଳେ ଉକ୍ତ ପିଡିତାକୁ ଏକୁଟିଆ ପାଇ ସେ ଦୁଷ୍କର୍ମ ଉଦ୍ୟମ କରିଥିଲା । ପରେ ଯୁବତୀ ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ଅନ୍ୟପକ୍ଷରେ ଏନେଇ ପିଡିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

ତେବେ ପୋଲିସ ଏହି ଘଟଣାରେ ଅଭିଯୁକ୍ତ ଅଜୟ ବାଗକୁ ଗିରଫ ରଖି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.