Latest Odisha News

BREAKING NEWS

ମହିଳା ଟି-୨୦: ୧୫ ବର୍ଷିୟା ସେଫାଳୀ ବର୍ମାଙ୍କ ଦମଦାର୍ ବ୍ୟାଟିଂ, ଭାରତ ୧୦ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କଲା !

ସେଣ୍ଟଲୁସିଆ: କ୍ରିକେଟରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ କମାଲ୍ କରୁଛନ୍ତି । ରବିବାର ଦିନ ନାଗପୁରଠାରେ ବାଂଲାଦେଶକୁ ପରାସ୍ତ କରି ଭାରତ ଟି-୨୦ ଶୃଙ୍ଖଳା ହାତେଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ମହିଳା ଭାରତୀୟ ଦଳ ଦିନିକିଆ ସିରିଜ୍ ଜିତିବା ପରେ ଏବେ ଟି-ଟ୍ୱେଣ୍ଟିରେ ବିଜୟ ଲାଭ କରିପାରିଛି । ୧୫ ବର୍ଷିୟା ଭାରତୀୟ ମହିଳା ଖେଳାଳି ସେଫାଳୀ ବର୍ମାଙ୍କ ୬୯ ରନର ଦମଦାର୍ ବ୍ୟାଟିଂ ପ୍ରଦର୍ଶନରେ ଭାରତ ୨ୟ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ମହିଳା ଦଳକୁ ୧୦ ୱିକେଟରେ ପରାସ୍ତ କରିପାରିଛି ।

ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରି ୭ଟି ୱିକେଟ ହରାଇ କରିଥିଲା ୧୦୩ ରନ । ଭାରତୀୟ ବୋଲର୍ ଦିପ୍ତି ଶର୍ମା ମୂଲ୍ୟବାନ ୪ଟି ୱିକେଟ ନେଇ କାରବିଆନ୍ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ ।


ସବୁଠାରୁ ବଡ଼ କଥା ହେଲା, ଭାରତୀୟ ଦଳ ୧୦୪ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ଥିବାବେଳେ ୧୫ ବର୍ଷିୟା ଓପନର୍ ସେଫାଳୀ ବର୍ମାଙ୍କ ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଥିଲା । ସେଫାଳୀ ମାତ୍ର ୩୫ଟି ବଲ୍ ଖେଳି ଏହି ସଫଳତା ହାସଲ କରିଛନ୍ତି । ସେ ୨ଟି ବିଶାଳ ଛକା ସହିତ ୧୦ଟି ବିରାଟ ଚୌକା ପ୍ରହାର କରିଥିଲେ । ତାଙ୍କ ସହିତ ଅନ୍ୟ ଓପନର୍ ଦକ୍ଷ ଭାରତୀୟ ଓପନର୍ ସ୍ମୃତି ମାନ୍ଧନା ଉପଯୋଗୀ ୩୦ ରନ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ସେଫାଳୀ ଓ ସ୍ମୃତି ମାତ୍ର ୧୦.୩ ଓଭର ବ୍ୟାଟିଂ କରି ବିଜୟ ସୂଚକ ୧୦୪ ରନ ସଂଗ୍ରହ କରିଥିଲେ ଏବଂ ଭାରତକୁ ଏକ ସ୍ମରଣୀୟ ବିଜୟ ପ୍ରଦାନ କରିଥିଲେ ।

ଦିପ୍ତୀ ଶର୍ମାଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି ।

Leave A Reply

Your email address will not be published.