Latest Odisha News

BREAKING NEWS

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି, ପୀଡିତା ବୟାନ ବଦଳାଇଲେ

ଲକ୍ଷ୍ନୌ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି । ବର୍ଷକ ତଳେ ତାଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିବା ପୀଡିତା କୋର୍ଟରେ ନିଜୟ ବୟାନ ବଦଳାଇଛନ୍ତି । ୨୩ ବର୍ଷୀୟା ଏହି ଆଇନ ବିଭାଗ ଛାତ୍ରୀ ସମସ୍ତ ସଙ୍ଗୀନ ଅଭିଯୋଗକୁ ପ୍ରତ୍ୟାହାର କରି ନେଇଛନ୍ତି । ଉପରୋକ୍ତ ଛାତ୍ରୀଙ୍କ ଅଭିଯୋଗ ଯୋଗୁ ବର୍ଷକ ତଳେ ଚିନ୍ମୟାନନ୍ଦଙ୍କୁ ପୋଲିସ ଗିରଫ କରିଥିଲା ।

ଗତ ବର୍ଷ ଫେବୃୟାରୀରେ ତାଙ୍କୁ ଜାମିନ ମିଳିଥିଲା । ବୟାନ ପ୍ରତ୍ୟାହାର କରିଥିବାରୁ ଯୁବତୀଙ୍କ ବିରୋଧରେ ୩୪୦ ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ ଚିନ୍ମୟାନନ୍ଦଙ୍କ ଓକିଲ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ତେବେ ସେ କାହିଁକି ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିନେଲେ ତାହା ସ୍ପଷ୍ଟ ହୋଇ ନାହିଁ ।

Comments are closed.