Latest Odisha News

BREAKING NEWS

ମରିବା ପାଇଁ ଫ୍ରିଜ ବାକ୍ସରେ ଛାଡିଦେଲେ ପରିବାର ଲୋକେ; ଭିଡ଼ିଓ ହେଲା ଭାଇରାଲ

ସାଲେମ: ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ।

ସୂଚନାଅନୁଯାୟୀ, ଜଣେ ୭୪ ବର୍ଷ ବୟସ୍କ ଗୁରୁତର ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଏକ ଫ୍ରିଜ ବାକ୍ସରୁ ଉଦ୍ଧାର କରାଯାଇଥିଲା।

ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପରିବାର ଲୋକେ ତାଙ୍କୁ ଜୀଅନ୍ତା ଫ୍ରିଜ ବାକ୍ସରେ ବନ୍ଦ କରିଦେଇଥିଲେ । ବୃଦ୍ଧଙ୍କ ମୃତ୍ୟୁକୁ ଅପେକ୍ଷା କରି ଅଭିଯୋଗ ତାଙ୍କୁ ବାକ୍ସରେ ରାତିସାରା ବନ୍ଦ କରିଦିଆଯାଇଥିଲା ।

ଏହି ବ୍ୟକ୍ତି ଜଣଙ୍କୁ ମଙ୍ଗଳବାର ଦିନ ହସ୍ପିଟାଲର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀବନ୍ତ ଅବସ୍ଥାରେ ଦେଖି ଆଲାର୍ମ ବଜାଇଥିଲେ ।

ସେ ୭୪ବର୍ଷ ବୟସ୍କ ବୃଦ୍ଧଙ୍କୁ ବାକ୍ସ ଭିତରେ ନିଶ୍ୱାସ ପ୍ରଶ୍ୱାସ ନେଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତାଙ୍କ ନାମ ବାଲସୁବ୍ରମଣ୍ୟ କୁମାର ବୋଲି ଜଣାପଡିଛି ।

ଏହି ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀ କହିଛନ୍ତି ଯେ ୭୪ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତେବେ ତାଙ୍କ ମୃତ୍ୟୁକୁ ଅପେକ୍ଷା କରି ତାଙ୍କ ଭାଇ ଏକ ଫ୍ରିଜର ବାକ୍ସ ମାଗିଥିଲେ।

ଭିଡ଼ିଓ ଏଠାରେ ଦେଖନ୍ତୁ click here

Leave A Reply

Your email address will not be published.