Latest Odisha News

ଲୋମଟାଙ୍କୁରା ପ୍ରଦର୍ଶନୀ, ଦେଖିବାକୁ ମିଳେ ଦୁଷ୍କର୍ମ ପୀଡ଼ିତାଙ୍କ ପୋଷାକ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱରେ ବୃଦ୍ଧିପାଇବାରେ ଲାଗିଛି ମହିଳା ହିଂସା l ମହିଳାଙ୍କ ପ୍ରତି ହେଉଥିବା ହିଂସା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲାଗିପାରୁନି ରୋକ l କେବଳ ସେତିକି ନୁହେଁ ଦୁଷ୍କର୍ମର ଶିକାର ହେଉଥିବା ମହିଳାମାନେ ମଧ୍ୟ ବାରମ୍ବାର ନିର୍ଯ୍ୟାତିତ ହେଉଛନ୍ତି l ଦୁଷ୍କର୍ମ ପୀଡିତା ମହିଳାଙ୍କୁ ଭଲ ପାଇବା ଦେବା ପରିବର୍ତ୍ତେ ସମାଜର ଅନେକ ଲୋକ ଏହି ଦୁର୍ଘଟଣା ପାଇଁ ତାଙ୍କ ପୋଷାକକୁ ଦାୟୀ କରିଥାନ୍ତି l କୁହନ୍ତି ଛୋଟ ପୋଷାକ, ବିଦେଶୀ ପୋଷାକ ଆଦି ଏହି ଘଟଣା ପାଇଁ ଦାୟୀ l ମହିଳାମାନେ ଏପରି ପୋଷାକ ପିନ୍ଧୁଥିବାରୁ ଏପରି ଘଟଣା ଘଟେ ବୋଲି କହିଥାନ୍ତି କିଛି ଲୋକ l ଏହି ପରିସ୍ଥିତିରେ, ଏହି ଚିନ୍ତାଧାରାକୁ ଭୁଲ ପ୍ରମାଣ କରିବାକୁ ବେଲଜିୟମରେ ପ୍ରତିବର୍ଷ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥାଏ l ଏହି ପ୍ରଦର୍ଶନୀରେ ଦୁଷ୍କର୍ମ ପୀଡିତାମାନେ ଦୁଷ୍କର୍ମ ଘଟିଥିବା ଦିନ ପିନ୍ଧିଥିବା ପୋଷାକକୁ ଦେଖାଯାଏ l

ଏହା ଶୁଣିବାକୁ ହୁଏତ ଆପଣଙ୍କୁ ବହୁତ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ l ସାଧାରଣତଃ ପ୍ରଦର୍ଶନୀଗୁଡ଼ିକରେ ପୁରୁଣା ଜିନିଷ କିମ୍ବା ଅନନ୍ୟ ଜିନିଷଗୁଡ଼ିକୁ ଦେଖିବାକୁ ମିଳେ l କିନ୍ତୁ ଏହି ପ୍ରଦର୍ଶନୀରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ପୋଷାକ ଦେଖିବାକୁ ମିଳେ l ଆଉ ଏହି ପ୍ରଦର୍ଶନୀ ଦେଖିବାକୁ କାହିଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି l କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ କଥା ହେଉଛି ଏହି ପୋଷାକ ତଳେ ଥିବା ପ୍ରଶ୍ନ l ଏହି ପୋଷାକର ପ୍ରଦର୍ଶନୀରେ ପୀଡିତାଙ୍କ ପୋଷାକ ସହ ତଳେ ଏକ ପ୍ରଶ୍ନ ଲେଖାଥାଏ l ପ୍ରଶ୍ନ ଗୁଡିକ କିଛି ଏପରି ଥାଏ, ଏହା ମୋର ଦୋଷ କି?, ଏଥିରେ ମୋର ଦୋଷ କ’ଣ ଥିଲା ?, କାହିଁକି ମୋ ସହ ଏପରି ଘଟିଲା ଏପରି ଅନେକ କିଛି …

ସାଧାରଣତଃ ଯେତେବେଳେ ବି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସେ, ଅଭିଯୁକ୍ତକୁ ଦାୟୀ କରିବା ପରିବର୍ତ୍ତେ ଅନେକ ଲୋକ ପୀଡିତାଙ୍କୁ ଦାୟୀ କରନ୍ତି ଏବଂ ତାଙ୍କ ପୋଷାକ ଉପରେ ପ୍ରଶ୍ନ ଉଠାନ୍ତି l ଏଥି ବ୍ୟତୀତ, ମହିଳାମାନେ ଅନେକ ସ୍ଥାନରେ ସେମାନଙ୍କର ପୋଷାକକୁ ନେଇ ସମାଲୋଚିତ ମଧ୍ୟ ହୁଅନ୍ତି l କେହି କେହି କୁହନ୍ତି ଯେ ସେମାନଙ୍କର ଛୋଟ ପୋଷାକ ସମାଜ ଉପରେ ଖରାପ ପ୍ରଭାବ ପକାଉଛି l ଏସବୁ ପଛରେ ଥାଏ ପ୍ରଶ୍ନ ଉଠାଇଥିବା ଲୋକଙ୍କ ଚିନ୍ତାଧାରା ଉପରେ l ଆଉ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନର ଉଦ୍ଦେଶ୍ୟ ହେଉଛି ସେହି ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବା l ଏହି ପ୍ରଦର୍ଶନୀରେ ଏପରି ଅନେକ ପୋଷାକ ଦେଖିବାକୁ ମିଳେ ଯାହା ଜଣେ ମହିଳାଙ୍କୁ ସଂପୂର୍ଣ୍ଣ ରୂପେ ଢାଙ୍କି ପାରିବ l ତଥାପି ସେମାନେ ଦୁଷ୍କର୍ମର ଶିକାର ହୁଅନ୍ତି l ଯେଉଁଥିରୁ ଜଣାଯାଏ ଯେ ତାଙ୍କ ସହ ଘଟିଥିବା ଘଟଣାରେ ତାଙ୍କର କିମ୍ବା ତାଙ୍କ ପୋଷାକରେ କୌଣସି ଦୋଷ ନଥାଏ l 2018 ମସିହାରେ ବେଲଜିୟମ ଠାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା ଏହି ପ୍ରଦର୍ଶନୀ l ଏହି ପ୍ରଦର୍ଶନୀ ତା’ର ସ୍ୱତନ୍ତ୍ରତା ଯୋଗୁଁ ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲା l

Leave A Reply

Your email address will not be published.