Latest Odisha News

BREAKING NEWS

ରାଜଧାନୀରେ ହେବ ରାପିଡ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହାର ମୁକାବିଲା କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚଳିତ ସପ୍ତାହରୁ ଭୁବନେଶ୍ବରରେ ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ପ୍ରାୟ ୨୦୦୦ରୁ ୨୫୦୦ ପର‌୍ୟ୍ୟନ୍ତ ରାପିଡ୍ ଆଣ୍ଟିବଡ଼ି ଟେଷ୍ଟ କରାଯିବା ପାଇଁ ଟାର୍ଗେଟ୍ ରହିଛି। କେଉଁ ଅଞ୍ଚଳରେ କିଭଳି ଆଣ୍ଟିବଡ଼ି ଟେଷ୍ଟ କରାଯିବ ସେଥିପାଇଁ ଯୋଜନା ଚାଲିଛି। ତେବେ ଭୁବନେଶ୍ୱରକୁ ସଟ୍‌ଡାଉନ୍ କରାଯିବା ନେଇ କୌଣସି ଆଲୋଚନା କରାଯାଇନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

Comments are closed.