Latest Odisha News

ଆସନ୍ତୁ ଜାଣିବା କେଉଁ ମଙ୍ଗୋଲିଆ ମହିଳାଙ୍କ ଗୋଡର ଲମ୍ବା ୫୨.୮ ଇଂଚ

ଚିକାଗୋ: ଚିକାଗୋରେ ରହୁଥିବା ମଙ୍ଗୋଲିଆର ରେଂଟସେନଖୋରୋଲୁ ରେନ୍ ବଡ ନାମକ ମହିଳା ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛନ୍ତି । ୨୯ ବର୍ଷୀୟା ଏହି ମହିଳାଙ୍କ ଉଚ୍ଚତା ୬ଫୁଟ ୯ ଇଂଚ ହୋଇଥିବା ବେଳେ ତାଙ୍କ ଗୋଡ ଦୁଇଟିର ଲମ୍ବ ୫୨.୮ ଇଂଚ । ଏହି ଲମ୍ବା ଗୋଡ ଯୋଗୁ ସେ ଟିକଟକ ଏବଂ ଅନ୍ୟ ସୋସିଆଲ ସାଇଟରେ ଷ୍ଟାର ସାଜିଥିବା ବେଳେ ମଡେଲିଂ ମଧ୍ୟ କରୁଛନ୍ତି ।

ଏକ ଡେଙ୍ଗା ପରିବାରରୁ ଆସୁଥିବାରୁ ମୁଁ ମୋ ଉଚ୍ଚତା ନେଇ ମାନସିକ ସ୍ତରରେ ପ୍ରସ୍ତୁତ ଥିଲି । ବାପାଙ୍କ ଉଚ୍ଚତା ୬ଫୁଟ ୧୦, ମାଆଙ୍କ ୬ଫୁଟ ୧ଇଂଚ । ଡେଙ୍ଗା ହୋଇଥିବାରୁ ମୋ ମୁଣ୍ଡ ସବୁଠାରୁ ବାଡେଇ ହୋଇଯାଏ ବୋଲି ସେ କହିଛନ୍ତି । ଏବେ ଏଥିପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛି । ବିଶ୍ୱର ସବୁଠାରୁ ଲମ୍ବା ଗୋଡ ଟେକ୍ସାସର ମାକି କୁରିନଙ୍କ ନାମରେ ରହିଛି । ତାଙ୍କ ଗୋଡର ଲମ୍ବ ୫୩ ଇଂଚ ରହିଛି ।

Leave A Reply

Your email address will not be published.