Latest Odisha News

BREAKING NEWS

ଚାଲିବନି ଆଉ ରାପିଡୋ, ଉବୋର…ଆରଟିଏ ଲଗାଇଲା ରୋକ୍

ଅହମ୍ମଦାବାଦ୍: ଏବେ ଅହମ୍ମଦାବାଦ ରାସ୍ତାରେ ଚାଲିବନି ରାପିଡୋ । ଅହମ୍ମଦାବାଦର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏଗ୍ରିଗେଟର ନିୟମ ୨୦୨୦ ଉଲ୍ଲଂଘନ ଦର୍ଶାଇ ଅହମ୍ମଦାବାଦରେ ରାପିଡୋ ସେବା ଉପରେ ଆସନ୍ତା ୩୦ ଦିନ ପାଇଁ ଦିନ ରୋକ୍ ଲଗାଇଛି ।

ଆରଟିଓର ଅଭିଯୋଗ ଅନୁଯାୟୀ, ରିକ୍ସା ୟୁନିଅନଗୁଡ଼ିକ ବାରମ୍ବାର ରାପିଡୋ ଦ୍ବାରା ଚାଲୁଥିବା ଦୁଇ ଚକିଆ ଯାନ ବିରୁଦ୍ଧରେ ଅଭିଯୋଗ ଆଣୁଛନ୍ତି । ବିଭିନ୍ନ କମର୍ସିଆଲ ଟାନ୍ସପୋର୍ଟ ପାଇଁ ହଳଦିଆ ରଙ୍ଗର ନମ୍ବର ଫ୍ଲେଟ ବାଧ୍ୟତାମୂଳକ ହୋଇଥିବା ବେଳେ ରାପିଡୋର ଦୁଇ ଚକିଆ ଯାନ ଏହା ବଦଳରେ ଧଳା ନମ୍ବର ପ୍ଲେଟ୍ ବ୍ୟବହାର କରିଆସୁଛି । ଅନେକ ଯାନରେ ବାଧ୍ୟତାମୂଳକ ବୀମା ମଧ୍ୟ ନାହିଁ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ଅନେକ ନୋଟିସ୍ ସତ୍ତ୍ୱେ, ରାପିଡୋ ଏନେଇ କୌଣସି ଉତ୍ତର ଦେଇପାରି ନାହିଁ । ଯାହା ଫଳରେ ଆସନ୍ତା ମାସକ ପର୍ଯ୍ୟନ୍ତ ଏହା ସେବାକୁ ନିଲମ୍ବନ କରାଯାଇଛି ବୋଲି ଆରଟିଓ ପକ୍ଷରୁ ସୂଚାଇ ଦିଆଯାଇଛି ।

ଏନେଇ ଆରଟିଓ ଅଧିକାରୀ ଜେ.ଜେ. ପଟେଲ କହିଛନ୍ତି, ଆରଟିଓ କେବଳ ତିନି ଚକିଆ ଅଟୋ ରିକ୍ସା ପାଇଁ ରାପିଡୋକୁ ଏକ ଏଗ୍ରିଗେଟର ଲାଇସେନ୍ସ ପ୍ରଦାନ କରିଥିଲା । ହେଲେ ସେମାନେ ସେମାନଙ୍କର ଅନଲାଇନ୍ ଆପ୍ ମାଧ୍ୟମରେ ଅଣ-ପରିବହନ ସେବା ପାଇଁ ଦୁଇ ଚକିଆ ଯାନ ବ୍ୟବହାର କରି ନିୟମ ଉଲ୍ଲଂଘନ କରିଛନ୍ତି । ସେମାନଙ୍କର ଡକ୍ୟୁମେଣ୍ଟର ମିଆଦ ଶେଷ ହେବା ପରେ ମଧ୍ୟ ସେମାନେ ଏହି ଯାନଗୁଡ଼ିକୁ ଚଳାଇ ଚାଲିଥିଲେ, ଯାହା ଯାତ୍ରୀଙ୍କ ସୁରକ୍ଷାକୁ ବିପଦରେ ପକାଇଥିଲା । ଯଦି ଏବେ ନିଲମ୍ବନ ପରେ ବି ନିୟମ ଉଲ୍ଲଂଘନ ଜାରି ରହେ ତେବେ ସ୍ଥାୟୀ  ଭାବେ ରାପିଡୋର ଲାଇସେନ୍ସ ବାତିଲ କରାଯିବା ନେଇ ସେ ଚେତାବନୀ ଦେଇଛନ୍ତି ।

ଏଥିସହିତ ସମାନ ସମୟରେ ଉବରକୁ ମଧ୍ୟ ଦୁଇ ଚକିଆ ଯାନ ସେବା ବନ୍ଦ କରିବା ପାଇଁ ୧୫ ଦିନ ସମୟ ଦିଆଯାଇଛି । କାରଣ ଉବୋରକୁ ଲାଇସେନ୍ସ କେବଳ ତିନି ଏବଂ ଚାରି ଚକିଆ ଯାନ ଚଳାଇବା ପାଇଁ ଅନୁମତି ଦିଆଯାଇଛି ।  ଅହମ୍ମଦାବାଦ ରିକ୍ସା ଆସୋସିଏସନ ଏହି ସବୁକୁ ନିୟମ ଉଲଘଂନକୁ ଚିନ୍ତା ପ୍ରକାଶ କରିଥିଲା, ଯାହାକୁ ନେଇ ଏବେ ଏହାକୁ ନେଇ କଡା ତାଗିତ୍ କରିଛି ଆରଟିଓ ।

Leave A Reply

Your email address will not be published.