Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜା

ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜା । ୨୦୨୨ ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଥିବା ଦୁଷ୍କର୍ମ ଘଟଣା ପାଇଁ ଦଣ୍ଡାଦେଶ ଶୁଣାଇଲେ ପକ୍ସୋ କୋର୍ଟ । ଦୋଷୀ ବାଲ୍ମିକୀ ମାର୍ଥାକୁ ଦଣ୍ଡାଦେଶ ଶୁଣାଇଲେ ଜୟପୁର ପକ୍ସୋ କୋର୍ଟ । ଆଜୀବନ କାରାଦଣ୍ଡ ସହ ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ପକ୍ସୋ କୋର୍ଟ ।

ସୂଚନା ଅନୁସାରେ, ୨୦୨୨ ମସିହାରେ ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଥିବା ୬ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ମାନ୍ୟବର ଜୟପୁର ସ୍ୱତନ୍ତ୍ର ପୋକ୍ସୋ । କୋର୍ଟ ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ୨୧ ଟି ଦସ୍ତାବିଜକୁ ଭିତ୍ତି କରି ଲକ୍ଷ୍ମୀପୁର ଥାନା ଅଞ୍ଚଳର ବାଲ୍ମିକୀ ମାର୍ଥାକୁ ଆଇପିସି ଧାରା ୩୭୬ ଏବି ଏବଂ ପୋକ୍ସୋ ଆଇନର ଧାରା ୪(୨) ଏବଂ ୬ ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୦,୦୦୦/- ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତିପୂରଣ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ପକ୍ସୋ କୋର୍ଟ ।

Comments are closed.