କଟକ: ବହୁଚର୍ଚ୍ଚିତ ରାପର ଅଭିନବ ସିଂ ମୃତ୍ୟୁ ମାମଲା। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ପତ୍ନୀ ଗିରଫ। ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ୨୮୫ ଦିନର ତଦନ୍ତ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଫେବୃଆରୀ ୧୦ ତାରିଖରେ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ ରାପର୍। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରିଥିଲେ ପରିବାର।
ପ୍ରାରମ୍ଭିକ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରିବାର ଲୋକେ ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ। ସେହି ଅନୁସାରେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ। ତଦନ୍ତରେ ଜଣାପଡିଲା ଯେ ମୃତକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଉସକେଇଛନ୍ତି ଆତ୍ମହତ୍ୟା ପାଇଁ।
ସୂଚନା ଥାଉକି ଅଭିନବ ସିଂ କଟକର କାଲିଗଳିର ବାସିନ୍ଦା ଥିଲେ ଏବଂ ପେଶାରେ ଜଣେ ଇଞ୍ଜିନିୟର ଥିଲେ। ସେ ବେଙ୍ଗାଲୁରୁରେ କାମ କରୁଥିଲେ। ଯେଉଁଠାରେ ସେ ଆତ୍ମହତ୍ୟା କରିଥିଲେ। ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଅଭିନବ ସିଂ ନିଜ ସ୍ତ୍ରୀଙ୍କ ଦ୍ୱାରା ହଇରାଣ ହେଉଥିଲେ ଏବଂ ଗୁରୁତର ମାନସିକ ଚାପରେ ଥିଲେ। ଯାହା ଫଳରେ ସେ ଏହି ପଦକ୍ଷେପ ନେଇଛନ୍ତି।
ଅଭିନବଙ୍କ ବାପା ବିଜୟ ନନ୍ଦ ସିଂ ପ୍ରାୟ ୮-୧୦ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଥିଲେ। ପରିସ୍ଥିତି ଗମ୍ଭୀର ହେବା ସହିତ ପୋଲିସ ଏହି ଦୁର୍ଭାଗ୍ୟଜନକ ଘଟଣା ପଛର କାରଣ ଖୋଜିବା ପାଇଁ ପ୍ରମାଣ ସଂଗ୍ରହ କରି ଶେଷରେ ସଫଳ ହୋଇଛି। ଅଭିନବଙ୍କ ମୃତ୍ୟୁର ରହସ୍ୟମୟ ପରିସ୍ଥିତିର ପର୍ଦ୍ଦାଫାସ କରିଛି ପୋଲିସ।
Comments are closed.