Latest Odisha News

BREAKING NEWS

ଡାକ୍ତରଙ୍କ ବଡ଼ ସଫଳତା; ୬ ଶିଶୁଙ୍କର ସଫଳ ହାର୍ଟ ଅପରେସନ

ଭୁବନେଶ୍ବର: ଓଡ଼ିଶା ଡାକ୍ତରଙ୍କ ଆଉ ଏକ ସଫଳତା। ବିଗତ କିଛିଦିନ ମଧ୍ୟରେ ଜଟିଳ ହୃଦରୋଗ ସମସ୍ୟା ଭୋଗ କରୁଥିବା ୨ ବର୍ଷୀୟ ଶିଶୁ ଅର୍ଣ୍ଣବ ସାମଲ, ୮ ମାସର ଶିଶୁ ଦିବ୍ୟାଂଶୁ ବେହେରା, ୩ ମାସର ଶିଶୁ ଅନୁକୁମାର ସାମଲ ଓ ଶୁଭମ ପାଲ୍‌, ପୁଷ୍ପା ସ୍ବାଇଁ ଓ ମାନସ ଦାସଙ୍କର ହାଇଟେକ୍‌ ମେଡିକାଲ୍‌ କଲେଜ୍‌ରେ ସଫଳ ଅସ୍ତ୍ରୋପଚାର କରାଯାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ହୃଦ୍‌ରୋଗ ବିଭାଗ ମୁଖ୍ୟ ଡାକ୍ତର ଅକ୍ଷୟ କୁମାର ସାମଲ ସୂଚନା ଦେଇ କହିଛନ୍ତି ଯେ, ଛାତିରେ ଛିଦ୍ର ହେଉ ଅବା ଧମନୀ ସମସ୍ୟା ଯୋଗୁଁ ଶିଶୁମାନଙ୍କ ହୃଦୟରେ ଅସ୍ତ୍ରୋପଚାର ଆହ୍ବାନ ପାଲଟିଥିବାରୁ ଏହାକୁ ସବୁଠାରେ କରାଯାଉନାହିଁ। ମାତ୍ର ହାଇଟେକ୍‌ରେ ସବୁଠୁ ଜଟିଳ ଶିଶୁ ହୃଦ୍‌ରୋଗୀଙ୍କୁ ମଧ୍ୟ ଅସ୍ତ୍ରୋପଚାର ପରେ ସୁସ୍ଥ କରାଯାଇପାରିଛି।

ଆହୁରି ମଧ୍ୟ ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ହୃଦ୍‌ରୋଗର ଚିକିତ୍ସା ପାଇଁ ସାଢ଼େ ୩ଲକ୍ଷ ଖର୍ଚ୍ଚ ହେଉଛି ମାତ୍ର ବେଲେ ନିମ୍ନ ମଧ୍ୟବିତ୍ତ ତଥା ଗରିବ ଘରର ଶିଶୁମାନଙ୍କ ଅସ୍ତ୍ରୋପଚାର ମାଗଣାରେ ମଧ୍ୟ କରାଯାଇଥିବା ସେ କହିଛନ୍ତି।

ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଳ୍ପ କିଛି ଅର୍ଥ ଯୋଗାଇ ଦିଆଯାଉଥିବା ବେଳେ ହାଇଟେକ୍‌ ମେଡିକାଲ୍‌ କଲେଜ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଓ ଉପାଧ୍ୟକ୍ଷ ତିରୁପତି ଚୌଧୁରୀଙ୍କ ପରାମର୍ଶ ମୁତାବକ ଅସ୍ତ୍ରୋପଚାର ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ବୋଲି ଡାକ୍ତର ସତ୍ୟ ସ୍ବରୂପ ପଟ୍ଟନାୟକ କହିଛନ୍ତି।

Comments are closed.