Latest Odisha News

BREAKING NEWS

ପରିବେଶ ସୁରକ୍ଷା ପ୍ରୟାସ ନିମନ୍ତେ ସେଲ୍ କୁ ପୁରସ୍କାର

ରାଉରକେଲା: ପରିବେଶ ସୁରକ୍ଷା ପ୍ରୟାସ ନିମନ୍ତେ ସେଲ ରାଉରକେଲା ଇସ୍ପାତ କାରଖାନା ଗ୍ରୋ କେୟାର ଇଣ୍ଡିଆ ସ୍ଵର୍ଣ୍ଣ ପୁରସ୍କାର- ୨୦୨୦ରେ ସମ୍ମାନିତ ହୋଇଛି । ଆସନ୍ତା ଡିସେମ୍ବର ମାସରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବାର୍ଷିକ “ଗ୍ରୋ କେୟାର ଇଣ୍ଡିଆ ଏକ୍ସଲେନ୍ସ ଆୱାର୍ଡସ ୨୦୨୦” ଉତ୍ସବରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।ଏହି ସମ୍ମାନଜନକ ପୁରସ୍କାର ୨୦୧୬ ମସିହାରେ ପରିବେଶ, ସୁରକ୍ଷା ଏବଂ ବୃତ୍ତିଗତ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଉଚ୍ଚକୋଟୀର ବୃତ୍ତିଧାରୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।

BjdElectrycity

ଉଲ୍ଲେଖଯୋଗ୍ୟ ଯେ ପରିବେଶ ସୁରକ୍ଷା ପାଇଁ ଆରଏସପି କ୍ରମାଗତ ଭାବରେ ପ୍ରଗତିଶୀଳ ରୂପେ ଅତ୍ୟାଧୁନିକ ପରିବେଶ ଅନୁକୂଳ ଇସ୍ପାତ ନିର୍ମାଣ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିଆସୁଛି। ଆରଏସପି ହେଉଛି ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଯାହାକି ୬୦ ଦଶକ ପୂର୍ବରୁ ଏଲଡ଼ି ଟେକ୍ନୋଲୋଜି ବିକାଶ ପର୍ଯ୍ୟାୟରେ ଥିବା ବେଳେ ଇସ୍ପାତ ପ୍ରସ୍ତୁତିରେ ଉକ୍ତ ବୈଷୟିକ କୌଶଳ ଗ୍ରହଣ କରିଥିଲା ଯାହା ଶକ୍ତି ନିପୁଣ ଏବଂ ପରିବେଶ ଅନୁକୂଳ ରୂପେ ଜଣାଶୁଣା ଅଟେ। ଗତ ୬୦ ବର୍ଷ ମଧ୍ୟରେ, ଆରଏସପି ଆଧୁନିକୀକରଣ ଏବଂ ଏହାର ସୁବିଧାଗୁଡିକର ସଂପ୍ରସାରଣ କରିଥିଲା ଏବଂ କାରଖାନାର ବାର୍ଷିକ ହଟ ମେଟାଲ ଉତ୍ପାଦନ କ୍ଷମତା ୪.୫ ନିୟୁତ ଟନକୁ ବୃଦ୍ଧି ପାଇଥିଲା। ଆଧୁନିକୀକରଣ ଏବଂ ସଂପ୍ରସାରଣ କାର୍ଯ୍ୟଧାରା ଗ୍ରହଣ କରିବା ସମୟରେ ଆରଏସପି ବିଶ୍ୱରେ ଉପଲବ୍ଧ ଅତ୍ୟାଧୁନିକ ପରିବେଶ ଅନୁକୂଳ ଇସ୍ପାତ ତିଆରି ପ୍ରଯୁକ୍ତିବିଦ୍ୟା ହାସଲ ମଧ୍ୟ କରିଥିଲା ।

ପ୍ରାବଧାନଗୁଡିକର ଅନୁପାଳନ ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆରଏସପିରେ ଏକ ସଂପୂର୍ଣ୍ଣ ସମର୍ପିତ ପରିବେଶ ବିଭାଗ ଏକ ପରିବେଶ ପ୍ରୟୋଗଶାଳା ଉପଲବ୍ଧ ସହିତ ବାୟୁ ଗୁଣବତ୍ତା, ଜଳର ଗୁଣବତ୍ତା ଆକଳନ କରିବା ପାଇଁ ଏହା ଏକ ସମ୍ପୂର୍ଣ୍ଣ ମନିଟରିଂ ଏବଂ କଣ୍ଟ୍ରୋଲ୍ ମେକାନିଜିମ୍ ଗ୍ରହଣ କରିଥିଲା। ବିଭିନ୍ନ ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣର ନିରନ୍ତର ମନିଟରିଂ ପାଇଁ ଆରଏସପି ଅନଲାଇନ୍ ମନିଟରିଂ ସିଷ୍ଟମ ମଧ୍ୟ ସ୍ଥାପନ କରିଛି। ଏହି ମନିଟରିଂ ଷ୍ଟେସନଗୁଡିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସର୍ଭରଗୁଡ଼ିକ ସହିତ ଲିଙ୍କ୍ କରାଯାଇଛି । ଏହାର ମନିଟରିଂ ଫଳାଫଳଗୁଡିକ ନିୟମିତ ଭାବରେ ବିଶ୍ଳେଷଣ କରାଯାଇଥାଏ ଏବଂ ପରିବେଶ ପ୍ରଦୂଷଣକୁ କମ୍ କରିବା ନିମନ୍ତେ ତଦନୁଯାୟୀ ପ୍ରତିଷେଧକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥାଏ।

ଏହା ବ୍ୟତୀତ, ଆରଏସପି ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସବୁଜ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରିଛି ଯାହା ମଧ୍ୟରେ ଇସ୍ପାତ କାରଖାନା ମଧ୍ୟରେ ୧ ମେଗା ୱାଟ ସୌର ବିଦ୍ୟୁତ ପ୍ରକଳ୍ପର ସ୍ଥାପନା, ଇସ୍ପାତ ଜେନେରାଲ ହସ୍ପିଟାଲରେ ଦୈନିକ ୪୦ କିଲୋଲିଟର କ୍ଷମତାର ସୌର ୱାଟର ହିଟିଙ୍ଗ ବ୍ୟବସ୍ଥାର ସ୍ଥାପନା, ସହରାଞ୍ଚଳ ଓ କାରଖାନା ମଧ୍ୟରେ ପାରମ୍ପରିକ ଆଲୋକମାଳା ସ୍ଥାନରେ ଏଲଇଡ଼ି ଆଲୋକମାଳାର ବ୍ୟବସ୍ଥା, ମ୍ୟୁନିସିପାଲ କଠିନ ବର୍ଜ୍ୟବସ୍ତୁ ମାଧ୍ୟମରେ ସଂଗୃହିତ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକର ଉପଯୋଗ ଏବଂ ରାସ୍ତା ନିର୍ମାଣରେ ସେଗୁଡିକର ଫଳପ୍ରଦ ଉପଯୋଗ ଇତ୍ୟାଦି ସାମିଲ ରହିଛି । ଆରଏସପି ମଧ୍ୟ ୫୦ ଲକ୍ଷରୁ ଅଧିକ ବୃକ୍ଷରୋପଣ କରି ୬୫୨୭.୪୮ ହେକ୍ଟର କ୍ଷେତ୍ରରୁ ୨୧୬୮.୨୮ ହେକ୍ଟରର ଏକ ବୃହତ କାର୍ବନ ସିଙ୍କ ସୃଷ୍ଟି କରିପାରିଛି ।

Leave A Reply

Your email address will not be published.