Latest Odisha News

BREAKING NEWS

ମଙ୍ଗଳାଯୋଡିରେ ବିରଳ ଲିୟୁସିଷ୍ଟିକ ମୁରହେନ୍ ପକ୍ଷୀ ଠାବ

ମଙ୍ଗଳାଯୋଡି: ପକ୍ଷୀମାନଙ୍କର ସ୍ୱର୍ଗ ଭାବରେ ବିଖ୍ୟାତ ମଙ୍ଗଳାଯୋଡିରେ ଏହି ବିରଳ ରଙ୍ଗର କମନ୍ ମୁରହେନ୍ ପକ୍ଷୀ ଠାବ ହୋଇଛି। ମଙ୍ଗଳାଯୋଡି କଞ୍ଜରଭେସନ ଟ୍ରଷ୍ଟର ଟ୍ରଷ୍ଟି ତଥା ପ୍ରସିଦ୍ଧ ବାର୍ଡ ଗାଇଡ ମଧୁ ବେହେରା ପକ୍ଷୀକୁ ଠାବ କରିଥିଲେ।

ସୂଚନା ଅନୁଯାୟୀ ଆଜି ସକାଳେ ପକ୍ଷୀମାନଙ୍କୁ ପର‌୍ୟ୍ୟବେକ୍ଷଣ କରିବା ସମୟରେ ଏହି ବିରଳ କଳା-ଧଳା ରଙ୍ଗର କମନ୍ ମୁରହେନ୍ ପକ୍ଷୀ ଦେଖି ତାହାର ଫଟୋ ଏବଂ ଭିଡ଼ିଓ ଉଠେଇ ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ।

ଶୁଭେନ୍ଦୁ ଏହି ପକ୍ଷୀଟିକୁ ପାର୍ସିଆଲ ଲିୟୁସିଷ୍ଟିକ କମନ୍ ମୁରହେନ୍ ବୋଲି ଚିହ୍ନଟ କରିଥିଲେ । ଏହାର ଜୁଲୋଜିକାଲ୍ ନାମ ଗାଲିନୁଲା କ୍ଲୋରୋପସ୍ (Gallinula chloropus)।

ଏକ ସାଧାରଣ ରଙ୍ଗର କମନ୍ ମୁରହେନ୍ ଦେଖିବାକୁ କଳା ରଙ୍ଗର ହୋଇଥାଏ, ଲାଞ୍ଜ ତଳେ ବଡ଼ ଧଳା ଅଣ୍ଡାକାର ପ୍ୟାଚ୍ ଏବଂ ଦୁଇ ପାର୍ଶ୍ବରେ ଧଳା ଧାଡି ଦେଖାଯାଏ । କିନ୍ତୁ, ଏହି ଲିୟୁସିଷ୍ଟିକ କମନ୍ ମୁରହେନ୍ ପକ୍ଷୀର ମୁଣ୍ଡ, ବେକ, ଓ ଡେଣାର ଶେଷ ଭାଗ ସାଧାରଣ ପକ୍ଷୀଙ୍କ ପରି କଳା ରଙ୍ଗ ହୋଇଥିବା ବେଳେ, ପୂରା ଶରୀରର ଅଧାରୁ ଅଧିକ ଭାଗ ତୋଫା ଧଳା ରଙ୍ଗର ହୋଇଛି । ତେବେ ସାଧାରଣ ପକ୍ଷୀଙ୍କ ଏହାର ଲାଲ୍ ଥଣ୍ଟରେ ହଳଦିଆ ମୁନ ରହିଛି।

କମନ୍ ମୁରହେନ୍ ପକ୍ଷୀଙ୍କ ମଧ୍ୟରେ ଲିୟୁସିଜିମ ମ୍ୟୁଟେସନ ଘଟଣା ଓଡ଼ିଶାରେ ପ୍ରଥମ ଘଟଣା ହୋଇଥିବା ବେଳେ ଭାରତରେ ଏହା ଦ୍ବିତୀୟ ଘଟଣା।

 

Leave A Reply

Your email address will not be published.