Latest Odisha News

ଚଳିତ ବର୍ଷ ୭ ଦିନ ପାଇଁ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରାକୁ ଅନୁମତି

ବ୍ରହ୍ମପୁରବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ମିଳିଲା ଅନୁମତି । ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଚଳିତ ବର୍ଷ କୋଭିଡ୍ ଗାଇଡଲାଇନ୍ ପାଳନ କରି ୭ ଦିନ ମଧ୍ୟରେ ଯାତ୍ରା ଶେଷ ହେବ । ଏହି ଅନୁମତି ମିଳିବା ପରେ ବ୍ରହ୍ମପୁରବାସୀ ଖୁସି ହୋଇଛନ୍ତି ।

ପ୍ରତି ଦୁଇବର୍ଷରେ ଥରେ ମାଆଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗତକାଲି ମାଆଙ୍କ ଶୁଭଖୁଣ୍ଟି ସ୍ଥାପନ ହେବାର ଥିଲା । ତେବେ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଅନୁମତି ମିଳିବା ପରେ ପୁଣି ଏଥି ପାଇଁ ଦିନ ଧାର୍ଯ୍ୟ ହେବ ।

Leave A Reply

Your email address will not be published.