Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ୨୧ ବର୍ଷ ପରେ ଦେଖାଗଲା ବ୍ଲାଙ୍କେଟ ଅକ୍ଟୋପସ

କ୍ୟାନବେରା: ୨୧ ବର୍ଷ ପରେ ଅଷ୍ଟ୍ରେଲିଆର ଲେଡି ଇଲିୟଟ ଦ୍ୱୀପର କୂଳରେ ଦେଖାଗଲା ଦୁର୍ଲଭ ପ୍ରଜାତିର ବ୍ଲାଙ୍କେଟ ଅକ୍ଟୋପସ । ଜୀବବିଜ୍ଞାନୀ ଜେସିଂଟା ଶେକଲଟନ ଏବଂ ତାଙ୍କ ଗ୍ରୁପ ସମୁଦ୍ର ମଧ୍ୟରେ ଏହାକୁ ଦେଖି ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ । ତା ପରେ ସମୟ ଅପଚୟ ନ କରି ଫଟୋ ଏବଂ ଭିଡିଓ ଶୁଟିଂ କରିଥିଲେ । ବ୍ଲାଙ୍କେଟ ଅକ୍ଟୋପସ ଶରୀରରେ ଏକ ଇନ୍ଦ୍ରଧନୁ ପରି ଏକ ବଳୟ ଦେଖା ଯାଇଥାଏ । ଯାହା କି ଏହାକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ।

ଏ ପର୍ଯ୍ୟନ୍ତ ୩ଥର ଏହି ଅକ୍ଟୋପସ ଦେଖାଯାଇପାରିଛି ବୋଲି ଶେକଲଟନ କହିଛନ୍ତିି । ମୁଁ ଭାଗ୍ୟବାନ ଥିଲି, ଦ୍ୱିତୀୟ ଥର ଏହାକୁ ଦେଖିବାକୁ ସୁଯୋଗ ପାଇବି କି ନାହିଁ ତାହା ମୁଁ ଜାଣିନି । ଅନେକ ରୋମାଂଚକ ମୂହର୍ତ ମଧ୍ୟରେ ଏହା ଶ୍ରେଷ୍ଠ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.