Latest Odisha News

BREAKING NEWS

ବଢୁଛି ହାତୀ ଉପଦ୍ରବ, ଆତଙ୍କିତ ଲୋକେ

ଚମ୍ପୁଆ: ଥମୁନି ହାତୀ ଉପଦ୍ରବ । କିଛି ଦିନ ଧରି ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ ଖେଳାଉଛନ୍ତି । କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି ।

୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ ଖାଇଦେଇଛନ୍ତି । ବନବିଭାଗ ପକ୍ଷରୁ ହାତୀ ଉପରେ ନଜର ରଖି ଧନଜୀବନକୁ ସୁରକ୍ଷା ଦେବା ପାଇଁ ଗଜ ସାଥି ମାନଙ୍କୁ ନିୟୋଜିତ କରାଯାଇଛି। ଏପରିକି ହାତୀ ପଲଙ୍କୁ ଜନବସତି ଠାରୁ ଦୂରେଇ ଜଙ୍ଗଲ ମଧ୍ୟକୁ ପଠାଇବା ପାଇଁ ହାତୀସ୍କ୍ବାଡ ଗଠନ କରାଯାଇଛି ।

ମାତ୍ର ହାତୀ ଉପଦ୍ରବ କମିବା ବଦଳରେ ବଢ଼ିବାରେ ଲାଗିଛି । ଦିନ ବେଳା ହାତୀ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ରାତିହେଲେ  କ୍ଷୟକ୍ଷତି ଘଟାଉଛନ୍ତି।

Comments are closed, but trackbacks and pingbacks are open.