Latest Odisha News

BREAKING NEWS

ଇଂଲଣ୍ଡରେ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ ଚିହ୍ନଟ, ବିଶେଷଜ୍ଞ ଚେତେଇଲେ ଲକ୍ଷଣ

ଲକ୍ଷଣ ଗୁଡ଼ିକ ହେଉଛି- ମୁହଁ ଦେହରେ କୁଣ୍ଡେଇ ହୋଇ ନାଲି ପଡ଼ିବା, ଜ୍ୱର, ମୁଣ୍ଡ ବିନ୍ଧା, ଦେହ ହାତ ଘୋଳା ବିନ୍ଧା, ପିଠି ବା ଅଣ୍ଟା ବିନ୍ଧା ହେବା, ଲିମ୍ଫ ନୋଡ୍ ଫୁଲିବା, ଶରୀର ତାପମାତ୍ରା କମିବା, ଥକା ଲାଗିବା ଆଦି

ଭୁବନେଶ୍ୱର: କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଇଷତ୍ ରୁଗ୍ଣ ହୋଇଯାଇଥିବା ବେଳେ ଇଂଲଣ୍ଡରେ ଚିହ୍ନଟ ହୋଇଛି ଆଉ ଏକ ସଂକ୍ରାମକ ରୋଗ ‘ମଙ୍କିପକ୍ସ’ । ଏହା ମଧ୍ୟ ସଂକ୍ରମିତ ରୋଗୀ ସଂସ୍ପର୍ଶରେ ଆସିଲେ ବ୍ୟାପିବାର ଆଶଙ୍କା ରହିଛି । ଆଫ୍ରିକୀୟ ଦେଶରୁ ଏହି ରୋଗ ଆସିଥିବା ଖବର ‘ୟୁକେଏଚଏସଏ’ (ୟୁନାଇଟେଡ କିଙ୍ଗଡମ୍ ହେଲ୍ଥ ସିକ୍ୟୁରିଟି ଏଜେନ୍ସୀ) କହିଛି ।

ଅତି ନିକଟରେ ନାଇଜେରିଆରୁ ଫେରିଥିବା ଜଣେ ବ୍ରିଟିଶ୍ ନାଗରିକ ଏହି ରୋଗରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଖବର ଲେଖାହେବା ଯାଏଁ ସଂକ୍ରମିତଙ୍କ ଠାରୁ ଅନ୍ୟ କାହାକୁ ବ୍ୟାପିଥିବା ଖବର ମିଳିନି । କିନ୍ତୁ ଏହା ସଂକ୍ରାମକ ହୋଇଥିବାରୁ ରୋଗ ବ୍ୟାପିଥିବା ଆଶଙ୍କା କରାଯାଉଛି ବୋଲି ‘ୟୁକେଏଚଏସଏ’ କହିଛି ।

ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶିତ ମାନଙ୍କୁ ଏବେ ଖୋଜା ଚାଲିଛି । ଏବଂ ସେମାନଙ୍କର ମଧ୍ୟ ଏହି ଭୂତାଣୁ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ଆଶ୍ୱସ୍ତିକର ସୂଚନା ହେଉଛି, ଏହି ରୋଗ ସଂକ୍ରମଣ ମାତ୍ରା ଧୀର । ଏହା ଲୋକଙ୍କ ଭିତରେ ଶୀଘ୍ର ବ୍ୟାପେନି କିନ୍ତୁ ସଂକ୍ରମଣ ହେଲେ ଲକ୍ଷଣ ଦେଖାଯାଏ ବୋଲି ‘ୟୁକେଏଚଏସଏ’ ର ସଂକ୍ରମଣ ବିଭାଗ ନିର୍ଦ୍ଦେଶକ ଡ. କଲିନ୍ ବ୍ରାଉନ କହିଛନ୍ତି ।

ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେଣ୍ଟ ଥୋମାସ ହସ୍ପିଟାଲରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି । ଏବଂ ସେ ଖୁବ୍ ଶୀଘ୍ର ସୁସ୍ଥ ହେବେ ବୋଲି ଚିକିତ୍ସାକାରୀ ଦଳ ଆଶ ପ୍ରକଟ କରିଛି । କୌଣସି ବ୍ୟକ୍ତି ଏହି ରୋଗରେ ସଂକ୍ରମିତ ହେଲେ ତାଙ୍କ ଦେହରେ ଅନ୍ୟ ସାଧାରଣ ସଂକ୍ରମଣ ଭଳି ଲକ୍ଷଣ ଦେଖାଯାଏ ।

ଲକ୍ଷଣ ଗୁଡ଼ିକ ହେଉଛି- ମୁହଁ ଦେହରେ କୁଣ୍ଡେଇ ହୋଇ ନାଲି ପଡ଼ିବା, ଜ୍ୱର, ମୁଣ୍ଡ ବିନ୍ଧା, ଦେହ ହାତ ଘୋଳା ବିନ୍ଧା, ପିଠି ବା ଅଣ୍ଟା ବିନ୍ଧା ହେବା, ଲିମ୍ଫ ନୋଡ୍ ଫୁଲିବା, ଶରୀର ତାପମାତ୍ରା କମିବା, ଥକା ଲାଗିବା ଆଦି । ଏହି ରୋଗ ମୂଷା ମାନଙ୍କ ଠାରୁ ମଧ୍ୟ ବ୍ୟାପି ପାରେ ବୋଲି ‘ୟୁକେଏଚଏସଏ’ ପକ୍ଷରୁ କୁହାଯାଇଛି ।

ସଂକ୍ରମିତ ବ୍ୟକ୍ତି ଜଣକ ନାଇଜେରିଆରେ ମାଙ୍କଡ଼ କିମ୍ବା ବିଷାକ୍ତ ମୂଷାଙ୍କ ଠାରୁ ଏହି ରୋଗରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି ।

Leave A Reply

Your email address will not be published.