Latest Odisha News

BREAKING NEWS

ଅଦ୍ଭୁତ ଜୀବ: ସାପ ପ୍ରଜାତିର ବିଲେଇ ଠାବ

ଦୁନିଆରେ ଏତେ ପ୍ରକାରର ପ୍ରାଣୀ ଅଛନ୍ତି ଯେ, ଯଦି ଆପଣ ସେଗୁଡିକୁ ଗଣିବା ଆରମ୍ଭ କରିବେ ତେବେ ଆପଣ ଗଣନା ନିଶ୍ଚୟ ଭୁଲ ହେବ । କାରଣ ଏବେ ସୋସିଆଲ ମିଡ଼ିଆରେ ଏଭଳି ଅନେକ ବ୍ୟତିକ୍ରମ ଜୀବଜନ୍ତୁ ଦେଖିବାକୁ ମିଳୁଛନ୍ତି, ଯାହାର ଫଟୋ ଖୁବ୍ ଭାଇରାଲ ହେଉଛି । ଏବେ ଏହିପରି ଗୋଟିଏ ଜୀବର ଫଟୋ ଦେଖିବାକୁ ମିଳିଛି,ଯାହା ନିର୍ଦ୍ଧିଷ୍ଟ ଭାବେ କେଉଁ ପ୍ରଜାତିର ତାହା ଅସ୍ପଷ୍ଟ । ଭାଇରାଲ ଫଟୋରେ ଏହା ଦାବି କରାଯାଇଛି ଯେ, ଏହା ଏକ ବିରଳ ପ୍ରଜାତିର ବିଲେଇ, ଯାହା ଦେଖିବାକୁ ଠିକ୍ ସାପ ପରି ।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ହଳଦିଆ ଏବଂ କଳା ଦାଗ ଥିବା ଏକ ବିଲେଇର ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଲେଇର ନାମ ହେଉଛି ଆମାଜନ ସ୍ନେକ୍ କ୍ୟାଟ୍ । ଯାହାର ବୈଜ୍ଞାନିକ ନାମ ରହିଛି ସରପେନ୍ସ କ୍ୟାଟସ୍ । ଏହି ବିଲେଇ ସାପ ପ୍ରଜାତି ସହିତ ସମାନ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।
ସରପେନ୍ସ କ୍ୟାଟସ୍ ହେଉଛି ପୃଥିବୀର ବିରଳ ପ୍ରଜାତିର ପଶୁ । ବିଶେଷକରି ଏହି ପଶୁମାନେ ଆମାଜନ ରେନ ଫରେଷ୍ଟର ଆଭ୍ୟନ୍ତରୀଣ ଅଞ୍ଚଳରେ ଦେଖାବୁକ ମିଳନ୍ତିି । ଏହି ସାପ ପ୍ରଜାତିର ବିଲେଇ ୨୦୨୦ ମସିହାରେ ପ୍ରଥମେ ଦେଖିବାକୁ ମିଳିଥିଲା । ଏହାର ଓଜନ ୨୫ କିଲୋଗ୍ରାମ ପର୍ଯ୍ୟନ୍ତ ରହିଥାଏ ।

ବାସ୍ତବରେ ଏହା ପ୍ରଥମ ଦେଖାରେ ସାପ ପରି ଦେଖାଯାଏ ଏବଂ ଏହାର ଶରୀରରେ ଥିବା ଦାଗଗୁଡ଼ିକ ବିଲେଇ ପରି ନୁହେଁ ବରଂ ସାପ ପରି । ନ୍ୟୁୟର୍କ ପୋଷ୍ଟ ଏବଂ ନ୍ୟୁଜ୍ ଡଟ୍ କମ୍ ୱେବସାଇଟ୍ ଅନୁଯାୟୀ, ଏହି ଫଟୋର ସତ୍ୟତା ଯାଞ୍ଚ କରିବାକୁ ପଶୁ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି ।

Leave A Reply

Your email address will not be published.