Latest Odisha News

BREAKING NEWS

ମହିଳା ବକ୍ସିଂ: ଚମତ୍କାର କଲେ ପ୍ରୀତି

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ପ୍ରୀତି ସାଇ ପାୱାର ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ୫୪ କିଗ୍ରା ବିଭାଗରେ ପ୍ରୀତି ଶୀର୍ଷ ମାନ୍ୟତା ପ୍ରାପ୍ତ ରୋମାନିଆର ଲ୍ୟାକାମିଓଆରା ପେରିଜକଙ୍କୁ ୪-୩ରେ ପରାସ୍ତ କରିଛନ୍ତି । ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ଏହି ରୋମାନିଆ ବକ୍ସର ରୌପ୍ୟ ପଦକ ଜିତିଥିଲେ । ଶେଷ ପର୍ଯ୍ୟନ୍ତ ଏହି ଫାଇଟ ବେଶ ରୋମାଂଚକପୂର୍ଣ୍ଣ ରହିଥିଲା । ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀତୁ ୪୮ କିଗ୍ରା ବିଭାଗରେ ଓ ମଞ୍ଜୁ ବମ୍ବରିୟା ୬୬ କିଗ୍ରାରେ ବିଜୟ ହାସଲ କରି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି ।

ନୀତୁ କୋରିଆର ଡୋଇଅନ କଙ୍ଗଙ୍କୁ ଏକ ରୋମାଂଚକ ମୁକାବିଲାରେ ୩-୨ରେ ହରାଇଥିଲେ । ସେହିପରି ମଞ୍ଜୁ ନ୍ୟୁଜିଲାଣ୍ଡର କାରା ହ୍ୱାରେରାୱଙ୍କୁ ୫-୦ରେ ଏକତରଫା ଭାବେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ସେ ଉଜବେକିସ୍ତାନର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭେଟିବେ । ଶନିବାର ଓଭରାଲ ଭାରତୀୟ ବକ୍ସରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା ।

Leave A Reply

Your email address will not be published.