Latest Odisha News

BREAKING NEWS

ସମ୍ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଲୋଜି ବିଭାଗର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ଆଉ ଏକ ବଡ଼ ସଫଳତା ।

ଜଟିଳ ଅସ୍ତ୍ରୋପଚାର ଜରିଆରେ ୧୮ ବର୍ଷୀୟ ଯୁବକଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କଲେ ଡାକ୍ତର । ସମ୍ ହସ୍ପିଟାଲର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରେମାନନ୍ଦ ପଟ୍ଟନାୟକ ସଫଳ ଅସ୍ତ୍ରୋପଚାର ଜରିଆରେ ଛତିଶଗଡ଼ର ଯୁବକଙ୍କୁ ରୋଗମୁକ୍ତ କରିଛନ୍ତି ।

ଛତିଶଗଡ଼ର ୧୮ ବର୍ଷୀୟ ଗରୀବ ପରିବାରର ଯୁବକ ଦୁଇ ବର୍ଷ ତଳେ ଭୁଲବଶତଃ ସାବୁନ୍ ତିଆରି ପାଇଁ ବ୍ୟବହୃତ କେମିକାଲ୍ ସଲ୍ୟୁସନକୁ ପିଇ ଦେଇଥିଲେ । ଏହା ଫଳରେ ତାଙ୍କର ଖାଦ୍ୟ ନଳୀ ଗୁରୁତର ଭାବେ ନଷ୍ଟ ହୋଇଯାଇଥିଲା । ସେ କୋ÷ଣସି ପ୍ରକାର ଖାଦ୍ୟ ଏପରିକି ଛେପ ଢ଼ୋକିବାରେ ମଧ୍ୟ ସମର୍ଥ ହୋଇପାରୁ ନ ଥିଲେ । କେବଳ ଫୁଡପାଇପ୍ ଜରିଆରେ ତରଳ ପଦାର୍ଥ ଶରୀରକୁ ନେଉଥିଲେ ।
ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ ଏହି ଯୁବକ ଧୀରେ ଧୀରେ ସମ୍ପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଥିଲେ । ଶେଷରେ ସେ ଗତ ମାସ ସମ୍ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଡକ୍ଟର ପଟ୍ଟନାୟକ ତାଙ୍କର ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ । କୋଲନ୍ ପୁଲଅପ୍ ସର୍ଜରୀ ମାଧ୍ୟମରେ ଲାର୍ଜ ଇଂଟେଷ୍ଟାଇନ୍ ର କିଛି ଅଂଶକୁ ନେଇ ଉପର ଅଂଶରେ ଯୋଡି ଖାଦ୍ୟନଳୀ ତିଆରି କରିଥିଲେ । ଆଠ ଘଂଟା ଧରି ଚାଲିଥିବା ଏହି ଅପରେସନ୍ କଷ୍ଟସାଧ୍ୟ ଥିଲା ।
ଅସ୍ତ୍ରୋପଚାର ପରେ ବର୍ତମାନ ରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଖାଦ୍ୟ ଗ୍ରହଣ କରିବାରେ ସମର୍ଥ ହୋଇପାରିଛି ।
ଏହି ଅପରେସନ୍ରେ ଡକ୍ଟର ପଟ୍ଟନାୟକଙ୍କ ସମେତ ଡକ୍ଟର ସୁମିତ ମହାନ୍ତି, ଡକ୍ଟର ସତ୍ୟପ୍ରକାଶ ରାୟଚୋ÷ଧୁରୀ ଏବଂ ନିଶ୍ଚେତକ ଡକ୍ଟର ଶାଶ୍ୱତ ପଟ୍ଟନାୟକ ସହଯୋଗ କରିଥିଲେ । ସୁସ୍ଥ ହେବା ପରେ ସେ ଏକ ନୂଆ ଜୀବନ ପାଇଲେ ବୋଲି ସମ୍ପୃକ୍ତ ଯୁବକ କହିଛନ୍ତି ।

Leave A Reply

Your email address will not be published.