Latest Odisha News

ଆଜି ଭାରତ-ବାଂଲାଦେଶ ୨ୟ ଟି-୨୦ ଟକ୍କର, ସିରିଜ ବରାବର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଏହି ମ୍ୟାଚ୍ ଜିତି ସିରିଜକୁ ୧-୧ରେ ବରାବର କରିବା ଲାଗି ଜୋରଦାର୍ ପ୍ରଚେଷ୍ଟା କରିବ ।

ଆଜି ରାତି ୭ଟା ବେଳେ ଗୁଜୁରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଏଥିସହିତ ରୋହିତ ଶର୍ମା ଅଧିନାୟିକତ୍ୱ ଦାୟିତ୍ୱ ତୁଲାଉଥିବା ବେଳେ ସେ ବାଂଲାଦେଶ ବିପକ୍ଷରେ ନିଜ କ୍ୟାରିୟରର ୧୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ।

ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ବାଂଲାଦେଶ ସିରିଜ ହାତେଇବା ଲକ୍ଷ୍ୟ ନେଇ ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, ମନୀଷ ପାଣ୍ଡେ, ଶ୍ରେୟସ ଅୟର୍, କ୍ରୁନାଲ ପାଣ୍ଡ୍ୟା, ଶିବମ୍ ଦୁବେ, ୱାସିଂଟନ୍ ସୁନ୍ଦର,ଲୋକେଶ ରାହୁଲ୍, ଋଷଭ ପନ୍ତ୍, ସଞ୍ଜୁ ସେମସନ୍, ଦୀପକ ଚହର, ଖଲିଲ ଅହମ୍ମଦ, ୟୁଜ୍ବେନ୍ଦ୍ର ଚହଲ୍, ଶାର୍ଦ୍ଦୂଳ ଠାକୁର ଓ ରାହୁଲ୍ ଚହଲ୍।

Leave A Reply

Your email address will not be published.