Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: କ୍ୟାମେରା ଲେନ୍ସରେ କଏଦ୍ ହେଲା ଧଳା ଲକ୍ଷ୍ମୀ ପେଚା !

କୋରାପୁଟ: ପେଚା ମହାଲକ୍ଷ୍ମୀଙ୍କ ବାହନ । ଜନଶ୍ରୁତି ରହିଛି ଧଳା ପେଚା ଦେଖିଲେ ଶୁଭ । ମାତ୍ର ଧଳା ଲକ୍ଷ୍ମୀ ପେଚା ଦେଖିଲେ ଅତ୍ୟନ୍ତ ଶୁଭ ସାବ୍ୟସ୍ତ୍ୟ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏହିପରି ଏକ ବିରଳ ଧଳା ପେଚାର ଠାବ କରାଯାଇଛି କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାମାଲିଗୁଡ଼ା ଗ୍ରାମରେ ଦେଖାଯାଇଛି ।

ଏହି ପେଚାଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ନିକଟରେ ବସିରହିଥିବାର ଦୃଷ୍ଟି ଗୋଚର ହୋଇଥିଲା । ପେଚାଟିର ରଙ୍ଗ ସମ୍ପୂର୍ଣ୍ଣ ଧଳା ରହିଥିବା ସହିତ ଏହାକୁ ଲକ୍ଷ୍ମୀପେଚା କୁହାଯାଇଥାଏ ବୋଲି ଜଣାପଡ଼ିଛି ।

ରାତିରେ ଏହି ବିରଳ ଧଳା ପେଚାଟିକୁ ଦେଖିବାକୁ ଅନେକ ଗ୍ରାମବାସୀ ରୁଣ୍ଡ ହୋଇଥିବା ସହିତ ଅନେକ ଲୋକ ନିଜ ମୋବାଇଲ୍ ଫୋନରେ ଭିଡ଼ିଓ ରେକର୍ଡ଼ିଂ କରିଥିଲେ ।

ଏହି ଶୁଭ ଧଳା ପେଚାଟି ଏବେ ସୋସିଆଲ୍ ମିଡ଼ିଆରେ ସେୟାର୍ ହେବାରେ ଲାଗିଛି ।

Leave A Reply

Your email address will not be published.