Latest Odisha News

BREAKING NEWS

ଆମ ରାଜ୍ୟ ଓଡ଼ିଶାକୁ ନେଇ ଗର୍ବ କଲା ଭଳି କିଛିକଥା, ଜାଣନ୍ତୁ…

ଭୁବନେଶ୍ବର: ସଂସ୍କୃତି ରାଜ୍ୟ ଓଡ଼ିଶା । ଯାହାର କୋଣ ଅନୁକୋଣରେ ଭରି ରହିଛି ପ୍ରାଚୀନ ସଂସ୍କୃତି ତଥା କଳାକୃତିର ଛାପ ।

ଓଡିଶାର ପ୍ରାଚୀନ ଓ ଗୌରବମୟ ଇତିହାସକୁ ନେଇ ସମସ୍ତ ଓଡ଼ିଆ ଆଜିବି ଗର୍ବିତ ।

ଆସନ୍ତୁ ଜାଣିବା ଏହି ମହାନ ରାଜ୍ୟ ସମ୍ପର୍କରେ କିଛି ଅଜଣା ଅକୁହା କଥା…

-କଳିଙ୍ଗ ହେଉଛି ବିଶ୍ୱର ହାତଗଣତି ପୂରାତନ ଗଣତନ୍ତ୍ର ମଧ୍ୟରୁ ଗୋଟିଏ ।

-ପୁରୀ ଶ୍ରୀମନ୍ଦିର ରୋଷେଇ ଘର ବିଶ୍ୱର ସବୁଠୁ ବଡ଼ ରୋଷେଇ ଘର ଭାବେ ପରିଚିତ । ଏଠାରେ ଗୋଟିଏ ଚୁଲାରେ ଉପରକୁ ଉପର ଏକକାଳୀନ ୭ଟି ପାତ୍ରରେ ରୋଷେଇ ହୁଏ । ଏଠାରେ ୪୦୦ ରାନ୍ଧୁଣିଆ କାର୍ଯ୍ୟ କରନ୍ତି ଓ ପ୍ରତ୍ୟହ ୧୦ ହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରନ୍ତି ।
ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ମୋଟ ୩୦୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ରନ୍ଧାଯାଏଁ । କୌଣସି ବ୍ୟଞ୍ଜନରେ ଆଳୁ ଓ ଟମାଟୋ ବ୍ୟବହୃତ ହୁଏନାହିଁ ।

-ଓଡ଼ିଶୀ ନୃତ୍ୟ ଭାରତର ସର୍ବ ପୂରାତନ ନୃତ୍ୟ ।ମନ୍ଦିର ଗାତ୍ର ଓ ପୂରାତନ ସାହିତ୍ୟରେ ଏହାର ବର୍ଣନା ରହିଛି । ତେବେ ଦେଶ ସ୍ୱାଧୀନତା ପରେ ଏହି ନୃତ୍ୟର ନାମକରଣ କରାଯାଇଛି ।

-ବିଜ୍ଞାନ କ୍ଷେତ୍ରରେ ବିଶ୍ୱସ୍ତରରେ ଦିଆଯାଉଥିବା କଳିଙ୍ଗ ପୁରସ୍କାର ଓଡିଶା ପକ୍ଷରୁ ଦିଆଯାଏ ଏବଂ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ।

-ତାଜମହଲ ନିର୍ମାଣର ବହୁ ପୂର୍ବରୁ ସମୁଦ୍ର ତଟରେ ଓଡ଼ିଶାର କାରିଗରମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । ଏହା ଅନ୍ୟତମ ବିଶ୍ୱ ଐତିହ୍ୟ ।

-ଓଡ଼ିଶାର ଭିତରକନିକାରେ ବିଶ୍ୱର ସବୁଠୁ ବଡ଼ କୁମ୍ଭୀର ରହିଛି । ଏହାର ଲମ୍ବ ୨୭ ଫୁଟ ।ଭାରତରେ ମାତ୍ର ଦୁଇଟି ଧଳା କୁମ୍ଭୀର ରହିଛି । ଆପଣ ଜାଣି ଖୁସି ହେବେ, ଦୁଇଟି ଯାକ ଭିତରକନିକା ବାସିନ୍ଦା ଅଟନ୍ତି ।

-ଭାରତର ଏକମାତ୍ର ରାଜ୍ୟ ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛ ସମୁହ ଅଣ୍ଡାଦାନ କରନ୍ତି । ଗହୀରମଥା, ଋଷିକୂଲ୍ୟା ଓ ଦେବୀନଦୀ ମୁହାଣରେ ଲକ୍ଷଲକ୍ଷ କଇଁଛ ଦେଖିବାକୁ ମିଳେ ।

-ଓଡ଼ିଶାର ଚିଲିକା ହେଉଛି ଏସିହାର ସର୍ବବୃହତ ଲୁଣା ହ୍ରଦ ।

-ଶିମିଳିପାଳ ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ । ଏକଦା ଏଠାରେ ଖଇରୀ ନାମରେ ଏକ ବାଘ ଥିଲା ଯାହା ଅନ୍ୟ ଗୃହପାଳିତ ପଶୁଙ୍କ ଭଳି ମଣିଷ ସହ ଶେଷ ଜୀବନ ଯାଏଁ ରହିଥିଲା ।

-ଓଡ଼ିଶାରେ ସର୍ବାଧିକ ୬୨ ଆଦିମ ଜନଜାତି ଅଛନ୍ତି । ପ୍ରତ୍ୟେକଙ୍କର ନିଜର ଭାଷା, ପୋଷାକ ଓ ସଂସ୍କୃତି ରହିଛି । ଲୁପ୍ତପ୍ରାୟ ବଣ୍ଡା ଜନଜାତି କେବଳ ଓଡ଼ିଶାର କୋରାପୁଟରେ ଦେଖାଯାଆନ୍ତି ।

-ହିନ୍ଦୁ ବିଶ୍ୱାସରେ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ । ତେବେ ଏହା ଏକମାତ୍ର ଧାମ ଯେଉଁଠି ପୂଜାବିଧିରେ ବୈଷ୍ଣବ, ଶାକ୍ତ, ଶୈବ ଓ ଲୋକସଂସ୍କୃତି (ଶବର)ର ମିଶ୍ରଣ ଦେଖିବାକୁ ମିଳେ ।

-ବିଶ୍ୱପ୍ରସିଦ୍ଧ ମିଠା ରସଗୋଲାର ଜନ୍ମ ଓଡ଼ିଶାରେ । ଛେନାଜାତୀୟ ଖାଦ୍ୟ ସାଧାରଣତଃ ପୂଜାରେ ବ୍ୟବହୃତ ହେଉନଥିବା ବେଳେ ପୁରୀ ଜଗନ୍ନାଥଙ୍କ ପାଖରେ ରସଗୋଲା ଓ ଅନ୍ୟ ଛେନାଜାତୀୟ ଦ୍ରବ୍ୟ ପୂଜାପାଏ ।

-ଚାନ୍ଦିପୁରରେ ଦେଶର ଏକମାତ୍ର ଜୁଆର-ଭଟ୍ଟା ପରିବର୍ତିତ ବେଳାଭୂମି ରହିଛି । ଜୁଆର ବେଳେ ଏଠାରେ ସମୁଦ୍ର ଉପକୂଳ ୫ କିଲୋମିଟର ଆଗକୁ ମାଡ଼ି ଆସୁଥିବା ବେଳେ ଭଟ୍ଟା ବେଳେ ଅନୁରୂପ ଦୂରତା ପଛକୁ ଫେରିଯାଏ ।

-କୁହାଯାଏ ଦେଶର ମନ୍ଦିରନଗରୀ ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସହସ୍ରାଧିକ ମନ୍ଦିର ରହିଥିଲା । ବର୍ତ୍ତମାନ ଏଠାରେ ୬୦୦ଟି ପ୍ରାଚୀନ ମନ୍ଦିର ରହିଛି । ଏତେ ସଂଖ୍ୟକ ପ୍ରାଚୀନ ମନ୍ଦିର ଅନ୍ୟ କୌଣସି ସହରରେ ନାହିଁ ।

-ଶ୍ରୀଲଙ୍କାର ପ୍ରାଚୀନ ନାମ ସିଂହଳ । ଜାଣନ୍ତି ଏପରି ନାମକରଣର ରହସ୍ୟ? ଓଡ଼ିଆ ରାଜା ଜୟ ସିଂହଙ୍କ ନାମ ଅନୁସାରେ ଏପରି ହୋଇଛି ।

Leave A Reply

Your email address will not be published.