ନୂଆଦିଲ୍ଲୀ: ଯଦିଓ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କିନ୍ତୁ ତା ପୂର୍ବରୁ ଏଠାକାର ରାଜନୀତି ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ରାଜନୈତିକ ରଣନୀତିଜ୍ଞ ଏବଂ ଜନ ସୂରାଜ ସଂଯୋଜକ ପ୍ରଶାନ୍ତ କିଶୋର ଜେଡିୟୁ ଏବଂ ବିହାରର ପ୍ରଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ କରିଛନ୍ତି। ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି ଯେ ଚାରି-ପାଞ୍ଚ ଜଣ ଜେଡିୟୁ ନେତା ଦଳକୁ ହାଇଜାକ୍ କରି ବସିଛନ୍ତି।
ପ୍ରଶାନ୍ତ କିଶୋର ସିଧାସଳଖ କହିଥିଲେ ଯେ ତାଙ୍କୁ ଯାଇ ପଚାରନ୍ତୁ ଯେ ଜନସାଧାରଣଙ୍କ ମଧ୍ୟରେ ତାଙ୍କର କେତେ ପ୍ରଭାବ ଅଛି। ଯଦି ଆମ ପରି ଲୋକ ନ ଥାଆନ୍ତେ, ତେବେ ଆଜି ଏହି ଲୋକମାନେ କୌଣସି ସ୍ଥାନରେ ଦେଖାଯାଇ ନ ଥାଆନ୍ତେ। କେବଳ ଏତିକି ନୁହେଁ, ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଆଇନଗତ ନୋଟିସ ପଠାଇବାର ଧମକ ଦିଆଯାଇଛି, କିନ୍ତୁ ସେ ଏପରି ଲୋକଙ୍କୁ ଭୟ କରିବେ ନାହିଁ।
ପ୍ରଶାନ୍ତ କିଶୋର ଏକ ବଡ଼ ଦାବି କରି କହିଛନ୍ତି ଯେ ଆଜିର ସମୟରେ ଜେଡିୟୁକୁ ଅପହରଣ କରାଯାଇଛି। କେବଳ କିଛି ଲୋକ ସମ୍ପୂର୍ଣ୍ଣ ଦଳକୁ ଚଳାଉଛନ୍ତି। ଦଳ ଏପରି ଲୋକଙ୍କ ହାତରେ ଅଛି ଯେଉଁମାନେ ନିଜ ଜିଲ୍ଲା ସଭାପତି ଏବଂ କର୍ମୀମାନଙ୍କୁ ମଧ୍ୟ ଚିହ୍ନି ନାହାଁନ୍ତି।
ପ୍ରଶାନ୍ତ କିଶୋର ବିହାରର ଅମଲାତନ୍ତ୍ରକୁ ମଧ୍ୟ ଟାର୍ଟେଟ କରି କହିଥିଲେ ଯେ ବିହାରରେ ଅଧିକାରୀଙ୍କ ଜଙ୍ଗଲ ରାଜ ଚାଲିଛି। ଦଳକୁ ହାଇଜାକ କରିଥିବା ଜେଡିୟୁ ନେତାମାନେ ହୁଏତ ନିଜ ଜିଲ୍ଲା ସଭାପତିଙ୍କ ନାମ ମଧ୍ୟ ଜାଣି ନଥିବେ। ଏହି ବୟାନ ଯୋଗୁଁ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ପ୍ରଶାନ୍ତ କିଶୋରଙ୍କ ଏହି ବୟାନ ପରେ ପ୍ରଶ୍ନ ଉଠିଛି ଯେ ଆରଜେଡି ପ୍ରକୃତରେ ଭାଙ୍ଗି ପଡିଛି ନା ଏହା କେବଳ ରାଜନୈତିକ ମହଲରେ ଆଲୋଚନା ଚାଲିଛି!
Comments are closed.