Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ 

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୧୭ ତାରିଖ ଶନିବାର ମେଷ ୪ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର
ଆଜିର ଘାତ ବାରବୃଷ ସିଂହ ଓ କନ୍ୟା ରାଶିର
ଆଜିର ଘାତ ଚନ୍ଦ୍ର ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ : ବେଲ 

ମେଷ
ଆଜି ବହୁଦିନର ଆଶା ଅଭିଳାଷ ପୁରଣ ହେବ। ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରା ସଫଳ ହେବ । କର୍ମକ୍ଷେତ୍ରରେ ଅଧିକ କାମ କରିବାର ସୁଯୋଗ ମିଳିବ ।‌ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିବ ।

ବୃଷ
ଆଜି ଆପଣ ସତର୍କତା ଅବଲମ୍ବନ କରନ୍ତୁ ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ ‌। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ। ଶାରୀରିକ ପୀଡ଼ାର ଉପସମ ମିଳିବ।

ମିଥୁନ
ଆଜି ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ହାସଲ କରିବେ। କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

କର୍କଟ
ଆଜି ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେବେ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ । ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ସିଂହ
ଆଜି ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ। ବକେୟା ପ୍ରାପ୍ୟ ହସ୍ତଗତ ହେବ। ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରି ସେଥିରେ ସଫଳତା ହାସଲ କରିବେ ‌। ଛାତ୍ର ଛାତ୍ରୀମାନେ ପାଠ ପଢା ବ୍ୟତୀତ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

କନ୍ୟା
ଆଜି ଆପଣ ସମସ୍ତ ଦିଗରେ ସଫଳତା ହାସଲ କରିବେ। ବହୁ ପ୍ରତିକ୍ଷିତ ସମ୍ବାଦ ପାଇ ମନ ଆନନ୍ଦିତ ହେବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଜମି ଜମା କ୍ଷେତ୍ରରେ ଅସୁବିଧାରେ ପଡିଯାଇପାରନ୍ତି। ଅପରାହ୍ନରେ କୋୖଣସି କାରଣରୁ ମନ ଭାରାକ୍ରାନ୍ତ ରହିବ।

ତୁଳା
ଆଜି ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ। ମହିଳାମାନେ ଗୃହ କର୍ମରେ ବ୍ୟସ୍ତ ରହିବେ।

ବିଛା
ଆଜି ତରବରିଆ ଭାବରେ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ସମୟ ଆପଣଙ୍କ ସପକ୍ଷରେ ଅନୁକୂଳ ରହିବ ନାହିଁ। ସନ୍ତାନ ସନ୍ତତି ମାନଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ଚିନ୍ତିତ ବ୍ୟଥିତ ହେବେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ।

ଧନୁ
ଆଜି ଜଗିରଖି ଚଳନ୍ତୁ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଆୟ ବ୍ୟୟ ପ୍ରାୟତଃ ସମାନ ରହିବ। ଗୁପ୍ତ ଶତୃମାନେ ଅସୁବିଧା ସୃଷ୍ଟି କରିପାରନ୍ତି। ମହିଳାମାନେ ଆଶା କରୁଥିବା ଦିଗରୁ ନିରାଶ ହେବେ।

ମକର
ନିଜର କୌଶଳ ଏବଂ ସାହସକୁ ଆପଣଙ୍କୁ ବିଜୟୀ କରାଇବ ‌। ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଛାତ୍ର ଛାତ୍ରୀମାନେ କୃତକାର୍ଯ୍ୟ ହେବେ ନୂତନ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ରହିଛି।

କୁମ୍ଭ
ଆଜି ସାମାନ୍ୟ କାର୍ଯ୍ୟ ପାଇଁ ବିବ୍ରତ ରହିବେ । ବନ୍ଧୁ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ
ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ଭାତୃ ସମ୍ପର୍କରେ କିଛି ମତ ପାର୍ଥକ୍ୟ ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।ଆୟ ବୃଦ୍ଧି ଘଟିବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.