Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଆଇସୋଲେସନରେ ଧରିଥିବା ଅଧିକାରୀ

କଟକ: ଫେରାର ହାଇଦର ଗିରଫ ପରେ ବି ଚର୍ଚ୍ଚାରେ । ଏସସିବିରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ପରେ ପୋଲିସର ନିଦ ହଜି ଯାଇଥିଲା । ଦିନରାତି ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ହାଇଦରକୁ ଶୁକ୍ରବାର ଓଡ଼ିଶା ଆଣିବା ପରେ କଟକ ଜେଏମଏଫସି କୋର୍ଟରେ ହାଜର କରି ୧୦ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କଟକ କମିଶନରେଟ୍ ପୋଲିସ । କୋର୍ଟ ହାଇଦରକୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ଦେଇଛନ୍ତି ।

ହାଇଦରର ରିମାଣ୍ଡ ଅବଧି ଆଜିଠୁ ଆରମ୍ଭ ହେଉଥିବା ବେଳେ ପୋଲିସ କିନ୍ତୁ ରିମାଣ୍ଡରେ ନେଇପାରିବ ନାହିଁ । ଆଣ୍ଟିଜେନ୍ ଟେଷ୍ଟରେ ହାଇଦର କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ପଜିଟିଭ୍ ଚିହ୍ନଟ ପରେ ହାଇଦରକୁ ଚୌଦ୍ୱାର ଜେଲର ଆଇସୋଲେସନ୍ ସେଲରେ ରଖାଯାଇଛି । ହାଇଦରର କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିବା ବେଳେ ତାହ ମଧ୍ୟ ପଜିଟିଭ୍ ଆସିଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବାରୁ ହାଇଦରକୁ ଧରିଥିବା ଅଧିକାରୀଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି । ଏନେଇ ହାଇଦର ଆସିଥିବା ବିମାନ ସଂସ୍ଥାକୁ ମଧ୍ୟ ଜଣାଇ ଦିଆଯାଇଛି । ହାଇଦରର କଣ୍ଟାକ୍ଟ ଟ୍ରେସିଂ କରାଯିବ । ହାଇଦର ପାଇଁ ୫୦ରୁ ଅଧିକ ପୋଲିସ ଓ ଜେଏମଏଫସି କୋର୍ଟ ପ୍ରତି କରୋନା ବିପଦ ବଢ଼ିଛି ।

Leave A Reply

Your email address will not be published.