ଆଜିର ରାଶିଫଳ
ତା ୨୨-୨-୨୦୨୧ ସୋମବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଫେବୃୟାରୀ ତା ୨୨ରିଖ ସୋମବାର କୁମ୍ଭ ୧୧ଦିନ ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଆଜିର ଘାତ ବାର- ମିଥୁନ ରାଶିର
ଆଜିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ ବିଛା ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ- କଳମ୍ଵି ଶାଗ
ମେଷ:
ଆଜିର ଦିନ ଶୁଭଫଳଦାୟୀ ହେବ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ପରିଜନ ମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ।
ବୃଷ :
ଆଜି ସମସ୍ତ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି କରିପାରେ । ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ। ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।
ମିଥୁନ :
ଆଜି ସନ୍ତାନ ମାନଙ୍କର ଉନ୍ନତି ଦେଖି ଆନନ୍ଦିତ ହେବେ । ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ର ମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।
କର୍କଟ :
ଆଜି ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ପିତା ମାତା ଗୁରୁଜନମାନଙ୍କର ସ୍ନେହ ଆଶୀର୍ବାଦ ଲାଭ କରିବେ। ମଧ୍ୟାହ୍ନ ପରେ କର୍ମ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବେ। କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହବାକୁ ପଡ଼ିପାରେ।
ସିଂହ :
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ।ଶତୃମାନେ ପରାଜିତ ହେବେ। ବ୍ୟବସାୟ ପାଇଁ ଦିନଟି ଶୁଭ ପ୍ରଦ ହେବ। ଉଚ୍ଚ ଅଧିକାରୀମାନଙ୍କ ସମ୍ପର୍କ ସୁଦୃଢ ହେବ। ମହିଳାମାନେ ଜଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ଦେଖାଦେଇପାରେ। ବିଦ୍ୟାର୍ଥିମାନେ ବିଦେଶ ଗସ୍ତରେ ଯାଇପାରନ୍ତି।
କନ୍ୟା :
ଆଜି ଶାରୀରିକ ପୀଡ଼ା ଦେଖାଦେଇପାରେ। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ। ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ। କୋୖଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି।
ତୁଳା :
ଆଜି ମିତ୍ରମାନଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମନୋରଞ୍ଜନରେ ଦିନ ବିତିବ। କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଆକସ୍ମିକ ଖର୍ଚ୍ଚ ହୋଇପାରେ।
ବିଛା :
ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ କରି ପ୍ରଶଂସନୀୟ ହେବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ଅତୁଟ ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।
ଧନୁ :
ଆଜି ମାନସିକ ଅଶାନ୍ତି ବୃଦ୍ଧି ପାଇବ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ ଏଣୁ ଯଗିରଖି ଚଳନ୍ତୁ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ମିଳିବ।
ମକର :
ଆଜି ପାରିବାରିକ ଜୀବନ ସୁଖ ଶାନ୍ତି କଟିବ। ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣ ଆଧ୍ୟାତ୍ମିକ ଦିଗ ଉପରେ ଆଲୋଚନା କରିବେ।
କୁମ୍ଭ:
ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ। ରାଜନୀତି କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ କରି ପ୍ରଶଂସନୀୟ ହେବେ।ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଅପରାହ୍ନରେ ଦେବ ଦର୍ଶନ କରିବା ପାଇଁ ଯାତ୍ରାର ଆୟୋଜନ କରିପାରନ୍ତି।
ମୀନ:
ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର
Comments are closed.