Latest Odisha News

BREAKING NEWS

ଟି୨୦ କ୍ରିକେଟରେ ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ନେଲେ ରଶିଦ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ଲେଗ ସ୍ପିନର ରଶିଦ ଖାଁ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଏଥିସହ ସେ ଏକ ନୂତନ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ରଶିଦ ଟି୨୦ କ୍ରିକେଟରେ ସର୍ବାଧିକ ଥର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । ସେ ୪ଥର ଏହି ସଫଳତା ହାସଲ କରିଥିବା ବେଳେ ଆଣ୍ଡ୍ର‌୍ୟୁ ଟାଇ, ମହମ୍ମଦ ସାମି, ଅମିତ ମିଶ୍ର, ଆନ୍ଦ୍ରେ ରସେଲ ଓ ଇମ୍ରାନ ତାହିର ୩ଥର ଲେଖାଁଏ ହ୍ୟାଟ୍ରିକ ୱିକେଟ ନେଇଛନ୍ତି । କୋଲକାତା ବିପକ୍ଷ ମ୍ୟାଚରେ ରଶିଦ ପ୍ରଥମ ୩ ଓଭରରେ ୩୫ ରନ ଦେଇଥିଲେ । ମାତ୍ର ୪ର୍ଥ ଓଭରରେ ୩ଟି ୱିକେଟ ଅକ୍ତିଆର କରି ସେ ଗୁଜରାଟ ସପକ୍ଷରେ ମ୍ୟାଚକୁ ନେଇ ଆସିଥିଲେ ।

୧୭ତମ ଓଭରରେ ସେ ଆନ୍ଦ୍ରେ ରସେଲ, ସୁନୀଲ ନାରିନ ଓ ଶାର୍ଦ୍ଦୁଳ ଠାକୁରଙ୍କ ୱିକେଟ ନେଇଥିଲେ । ତେବେ ରିଙ୍କୁ ସିଂଙ୍କ ଅବିସ୍ମରଣୀୟ ଇନିଂସ ଯୋଗୁ ଗୁଜରାଟ ଏହି ମ୍ୟାଚ ହାରି ଯାଇଥିଲା । ସେ ମାତ୍ର ୨୧ ବଲରେ ଅପରାଜିତ ୪୮ ରନ କରିଥିଲେ । ରିଙ୍କୁ ଶେଷ ଓଭରରେ କ୍ରମାଗତ ୫ଟି ଛକା ମାରିଥିଲେ ।

Leave A Reply

Your email address will not be published.