Latest Odisha News

ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରି ସ୍ୱାମୀଙ୍କ ଟଙ୍କା ଉଡ଼ାଇଲେ, ଛାଡ଼ପତ୍ର ପରେ ମିଳିଲା ନାହିଁ ଟଙ୍କାଟିଏ

ଭାଗ୍ୟ କେତେବେଳେ କାହାର ସାଥ୍ ଦେବ ସେ ବିଷୟରେ କେହି କିଛି କହିପାରିବେ ନାହିଁ । ଭାଗ୍ୟ କେତେବେଳେ କାହାକୁ ରାଜା କରିଦେଉଥିବା ବେଳେ ଆଉ କାହାକୁ ଭିକାରୀ ବି କରିଦିଏ । ଏହିପରି ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ କିମ୍ବା ପଢି ବି ଥିବେ, ଯେଉଁଥିରେ ଭାଗ୍ୟର ଖେଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ବଦଳାଇ ଦେଇଥାଏ । ଯେଉଁ ମହିଳା ନିଜକୁ ବାର୍ବି ଡଲ ପରି ଦେଖାଯିବା ପାଇଁ ସା ଢେ ତିନି କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ସେ କେବେ ଭାବି ନ ଥିବେ ଯେ ଦିନେ ତାଙ୍କୁ ଭଙ୍ଗା ଖଟରେ ଶୋଇବାକୁ ପଡିବ ।
ଆମେ ନେନେଟେ ହମେଣ୍ଡ ଲସ୍କିଆଭୋଙ୍କ ବିଷୟରେ କହୁଛୁ, ଯିଏ ଏକଦା ପ୍ଲେ-ବଏ ପତ୍ରିକାର କଭର ଫଟୋରେ ସ୍ଥାନ ପାଉଥିଲେ । ନେନେଟ୍ ସର୍ବଦା ବାର୍ବୀ ଡଲ୍ ପରି ଦେଖାଯିବାକୁ ଚାହାଁନ୍ତି । ଏଥିପାଇଁ ସେ ବହୁତ ଟଙ୍କା ଖର୍ଚ୍ଚ କରିଥିଲେ । କେବଳ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ସ୍ୱାମୀଙ୍କର ପ୍ରାୟ ସାଢେ ତିନି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ଗତ ୧୭ ବର୍ଷ ମଧ୍ୟରେ କୌଣସିି ବିଲ୍ ପୈଠ କରିନାହାଁନ୍ତି । ଏହା ସହିତ ସେ ସ୍ୱାମୀଙ୍କ ଚାରୋଟି ଦାମୀ କାରରେ ବୁଲିବା ସହ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁୁଥିଲେ । କିନ୍ତୁ ଆଜି ସେ ଏକ ଛୋଟ ଫ୍ଲାଟରେ ସାଧାରଣ ଖଟ ଉପରେ ରାତି କାଟୁଛନ୍ତି । ଆସବାବପତ୍ର କିଣିବା ପାଇଁ ମଧ୍ୟ ତାଙ୍କ ପାଖରେ ଟଙ୍କାଟିଏ ନାହିଁ ।
ନେନେଟ କୁହନ୍ତି, ସ୍ୱାମୀଙ୍କଠାରୁ ଛାଡପତ୍ର ପରେ ତାଙ୍କ ଜୀବନ ବଦଳିଯାଇଛି । ଛାଡ଼ପତ୍ର ପରେ ତାଙ୍କୁ ମିଳିଥିବା କ୍ଷତିପୂରଣ ଟଙ୍କାକୁ ସେ ବାକି କରିଥିବା ବିଲ ପୈଠ କରିଦେଲେ । ଏବେ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ । ଏବେ ତାଙ୍କୁ କୌଣସି କାମ ବି ମିଳୁନାହିଁ । ବର୍ଷକ ଭିତରେ ଗୋଟେ ଥର ପାଲର ବି ଯାଇନାହାନ୍ତି । ତାଙ୍କ ସ୍ୱାମୀ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରୁଥିଲେ । କିନ୍ତୁ ଛାଡପତ୍ର ପରେ ସେ ଅନେକ ରାତି ରାସ୍ତାକଡ଼ରେ ବିତାଇଛନ୍ତି ।

BjdElectrycity
Leave A Reply

Your email address will not be published.