Latest Odisha News

ସିକନ୍ଦର ପରେ ଅଟଲୀଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ସଲମାନ-ରଶ୍ମିକା

ମୁମ୍ବାଇ: ସଲମାନ ଖାଁ ଓ ସାଉଥ ଅଭିନେତ୍ରୀ ରଶ୍ମିକା ମାନ୍ଧନା ସିକନ୍ଦରରେ ଏକତ୍ର ଅଭିନୟ କରୁଛନ୍ତି । ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅଟଲୀ କୁମାରଙ୍କ ଆଗାମୀ ଫିଲ୍ମରେ ସଲମାନ ଓ ରଶ୍ମିକା ପୂନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ପୁଷ୍ପା ୨ରେ ରଶ୍ମିକାଙ୍କ ଅଭିନୟ ଅଟଲୀଙ୍କୁ ବେଶ ପସନ୍ଦ ଆସିଛି । ସିକନ୍ଦରରେ ମଧ୍ୟ ସଲମାନ ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ୨୦୨୪ ଡିସେମ୍ବରରେ ସଲମାନଙ୍କୁ ନେଇ ଅଟଲୀ ନୂଆ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରିଥିଲେ । ଫିଲ୍ମର ନାମ ଘୋଷଣା କରା ନ ଯାଇ ଏସିକ୍ସ ରଖାଯାଇଛି ।

ଭାରତୀୟ ସିନେମାର ସବୁଠାରୁ ବଡ ଫିଲ୍ମ କରିବା ପାଇଁ ଅଟଲୀ ଉଦ୍ୟମ କରୁଛନ୍ତି । ଏଥିରେ ରଜନୀକାନ୍ତ କିମ୍ବା କମଳ ହାସନ ଅଭିନୟ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଖୁବ ଶୀଘ୍ର ଫିଲ୍ମ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ମେକର୍ସଙ୍କ ଟିମ ପକ୍ଷରୁ କୁହାଯାଇଛି । ଇଦ ୨୦୨୫ରେ ସଲମାନ ଓ ରଶ୍ମିକା ଅଭିନୀତ ସିକନ୍ଦର ରିଲିଜ ହେବ । ଏଥିରେ ପ୍ରତୀକ ବବର, କାଜଲ ଅଗ୍ରୱାଲ ଓ ଶରମନ ଯୋଶୀ ମଧ୍ୟ ଅଭିନୟ କରୁଛନ୍ତି ।

Comments are closed.