Latest Odisha News

ରଶ୍ମିକାଙ୍କ ଖୁବ୍ ପ୍ରଶଂସା କଲେ ତାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାଭିତରେ ତାଙ୍କର ପୂର୍ବ ପ୍ରେମିକ ରକସିତ୍ ସେଟ୍ଟୀ ଦେଇଥିବା ବୟାନକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଛି । ରଶ୍ମିକାଙ୍କ ଖୁବ୍ ପ୍ରଶଂସା କରିବା ସହ ସେ ଏବେ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି ବୋଲି କହିଛନ୍ତି ରକ୍‌ସିତ୍ ।

ଏକ ସାକ୍ଷାତକାରରେ ତାଙ୍କ ପୂର୍ବତନ ପ୍ରେମିକ ତଥା କନ୍ନଡ ଅଭିନେତା ରକସିତ କହିଛନ୍ତି ଯେ, ରଶ୍ମିକାଙ୍କ ସହ ତାଙ୍କର ଭଲ ସମ୍ପର୍କ ଅଛି । ଆମେ ଏବେ ବି ଯୋଗାଯୋଗରେ ଅଛୁ । ଆମ ଭିତରେ ଭଲ ବନ୍ଧୁତା ରହିଛି । ବଲିଉଡ଼ରେ କାମ କରିବା ରଶ୍ମିକାଙ୍କର ବଡ଼ ସ୍ୱପ୍ନ ଥିଲା, ଯାହା ଏବେ ପୂରଣ ହୋଇଛିି । ମୁଁ ତାଙ୍କ ପାଇଁ ବହୁତ ଗର୍ବିତ ଅନୁଭବ କରେ ।

୨୦୧୬ ମସିହାରେ ରଶ୍ମିକା ଓ ରକସିତ ପ୍ରଥମେ କନ୍ନଡ ଫିଲ୍ମ ‘କିରିକ୍ ପାର୍ଟି’ର ସେଟରେ ଭେଟିଥିଲେ । ଏହା ରଶ୍ମିକାଙ୍କ ଡେବ୍ୟୁ ଫିଲ୍ମ ଥିଲା । ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । ପରେ ଡେଟ୍ କରିବା ଆରମ୍ଭ କରିଥିଲେ । ରକସିତ ରଶ୍ମିକାଙ୍କଠାରୁ ୧୩ ବର୍ଷ ବଡ଼ ଥିଲେ ବି ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ୨୦୧୭ ଜୁଲାଇରେ ଉଭୟଙ୍କ କର୍ଣ୍ଣାଟକର ବିରାଜପେଟରେ ଧୁମ୍‌ଧାମ୍‌ରେ ନିର୍ବନ୍ଧ ହୋଇଥିଲା । ହେଲେ ବର୍ଷକ ଭିତରେ ରଶ୍ମିକା ରକସିତଙ୍କ ସହ ନିର୍ବନ୍ଧ ଭାଙ୍ଗିଥିଲେ । ଲୋକପ୍ରିୟତା ବଢ଼ିବା ସହ ବଡ଼ ବଡ଼ ତେଲୁଗୁ ଫିଲ୍ମ ମିଳିବାରୁ ରଶ୍ମିକା ନିର୍ବନ୍ଧ ଭାଙ୍ଗିଥିବା ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.