Latest Odisha News

BREAKING NEWS

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ରଶ୍ମିକା- ବିଜୟ

ମୁମ୍ୱାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସେମାନଙ୍କ ନିର୍ବନ୍ଧର ତାରିଖ ମଧ୍ୟ ଫାଇନାଲ ହୋଇଯାଇଛି । ଏହି ଖବର ପାଇବା ପରେ ଉଭୟଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି ।

ଦୀର୍ଘ ଦିନ ହେଲା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଏବେ ଏହା ସତ୍ୟ ହେବାକୁ ଯାଉଛି । ଏବେ ସେମାନଙ୍କ ବିବାହ ବିଷୟରେ ସୋସିଆଲ ମିଡିଆରେ ପୁଣିଥରେ ଆଲୋଚନା ହେଉଛି । ଖବର ହେଉଛି ଯେ ସେମାନଙ୍କ ନିର୍ବନ୍ଧ ତାରିଖ ମଧ୍ୟ ସ୍ଥିର କରାଯାଇଛି । ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ର ସୁଟିଂ ସମୟରେ ବିଜୟ ଏବଂ ରଶ୍ମିକା ପରସ୍ପରର ନିକଟତର ହୋଇଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଯୋଡ଼ିକୁ ଦର୍ଶକ ବି ବହୁତ ପସନ୍ଦ କଲେ । ଯାହା ପରେ ଉଭୟ ‘ଡିୟର କମରେଡ୍‌’ ରେ ନଜର ଆସିଲେ । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିଥିଲା । ପରେ ସେମାନଙ୍କ ସମ୍ପର୍କକୁ ଆହୁରି ଦୃଢ କରିଦେଇଥିଲା । ବିଜୟ ଦେବରାକୋଣ୍ଡାଙ୍କ ଘରେ ଆୟୋଜିତ ହେଉଥିବା ପ୍ରତ୍ୟେକ ଉତ୍ସବରେ ରଶ୍ମିକା ସାମିଲ ହୋଇଥାନ୍ତି । ଏମିତିକି ଉଭୟ ମଧ୍ୟ ଏକାଠି ଛୁଟିକାଟିବାକୁ ବାହାରକୁ ଯାଇଥାନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।

ଏବେ ଶୁଣିବାକୁ ମିଳୁଛି ଯେ ବିଜୟ-ରଶ୍ମିକା ବିବାହ କରିବାକୁ ଯାଉଛନ୍ତି । ଉଭୟ ମଧ୍ୟ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ, ଯାହା ସୂଚାଉଛି ଯେ ଉଭୟ ପରିବାର ଏହି ସମ୍ପର୍କକୁ ରାଜି ହୋଇଛନ୍ତି । ଗଣମାଧ୍ୟମର ରିପୋର୍ଟରେ ଏକ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହି ଦୁହେଁ ନିର୍ବନ୍ଧ କରିବେ ।

Leave A Reply

Your email address will not be published.