Latest Odisha News

BREAKING NEWS

ରଶ୍ମିକାଙ୍କ ଡ଼ିପ୍‌ଫେକ୍ ଭିଡ଼ିଓ ଦେଖି ଅସନ୍ତୋଷ ପ୍ରକାଶ କଲେ ତାଙ୍କ ପ୍ରେମିକ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓ ସେୟାର କରାଯିବା ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ କଳାକାରଙ୍କଠାରୁ ଆରମ୍ଭ କରି ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏବେ ଏହି ଭିଡ଼ିଓ ଦେଖି ସାଉଥର ସୁପରଷ୍ଟାର ତଥା ରଶ୍ମିକାଙ୍କ ପ୍ରେମିକ ବିଜୟ ଦେବରକୋଣ୍ଡା ମଧ୍ୟ ବିରକ୍ତଭାବ ପ୍ରକାଶ କରିଛନ୍ତି । ଆଉ ସୋସିଆଲ ମିଡ଼ିଆରେ ଏପରି ଘଟଣା ପୂରା ନିନ୍ଦନୀୟ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି କହିଛନ୍ତି ।

କିଛି ଦିନ ପୂର୍ବେ ରଶ୍ମିକାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ଚେହେରା ଅନ୍ୟ ଜଣେ ମହିଳାଙ୍କ ଶରୀର ସହ ଯୋଡ଼ା ହୋଇଥିଲା । ଏହି ଭିଡିଓ ଦେଖିବା ପରେ ବଲିଉଡ଼ର ବିଗ୍‌ବି ଅମିତାଭ ବଚ୍ଚନ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ବିଗ୍ ବିଙ୍କ ପରେ ଏବେ ରଶ୍ମିକାଙ୍କ ଚର୍ଚ୍ଚିତ ପ୍ରେମିକ ବିଜୟ ଦେବରକୋଣ୍ଡା ଖୁବ୍ ଜୋରରେ ରାଗିଛନ୍ତି । ବିଜୟ ପ୍ରେମିକା ରଶ୍ମିକାଙ୍କ ସମର୍ଥନରେ ବାହାରି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏପରି କରିଥିବା ବ୍ୟକ୍ତିଙ୍କ ପାଇଁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କି ଯାହା ଦ୍ୱାରା ମହିଳାମାନେ ନିଜକୁ ନିରାପଦ ଅନୁଭବ କରିପାରିବେ ।

Leave A Reply

Your email address will not be published.