Latest Odisha News

BREAKING NEWS

ଷ୍ଟୋକ୍ସଙ୍କ ଶତକ, ନେଦରଲାଣ୍ଡକୁ ୧୬୦ ରନରେ ହରାଇଲା ଇଂଲଣ୍ଡ

ପୁଣେ:ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଇଂଲଣ୍ଡ ୧୬୦ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । ବେନ ଷ୍ଟୋକ୍ସଙ୍କ ଚମତ୍କାର ଶତକ ପରେ ଇଂଲଣ୍ଡ ବୋଲରମାନଙ୍କ ଉଚିତ ବୋଲିଂ ଯୋଗୁ ନେଦରଲାଣ୍ଡ ୩୪୦ ରନର ଲକ୍ଷ୍ୟକୁ ପିଛା କରି ୩୭.୨ ଓଭରରେ ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା । ନେଦରଲାଣ୍ଡ ପକ୍ଷରୁ ଟେଜା ନିଦାମାନୁରୁ ୪୧ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱେସଲୀ ବାରେସୀ ୩୭, ସାଇବ୍ରାଣ୍ଡ ଇଙ୍ଗେଲବ୍ରେଚେଟ ୩୩ ଓ ସ୍କଟ ଏଡୱାର୍ଡ୍ସ ୩୮ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ଓ ଅଡିଲ ରଶିଦ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବେନ ଷ୍ଟୋକ୍ସଙ୍କ ଶତକ ବଳରେ ୫୦ ଓଭରରେ ୯ ୱିକେଟ ହରାଇ ୩୩୯ ରନ କରିଥିଲା । ଷ୍ଟୋକ୍ସ ୮୪ ବଲରେ ୧୦୮, ଡେଭିଡ ମଲାନ ୮୭ ଓ କ୍ରିସ ୱକ୍ସ ୫୧ ରନର ଇନିଂସ ଖେଳିଥିଲେ । ମଲାନ ଅଳ୍ପକେ ଚଳିତ ବିଶ୍ୱକପରେ ଦ୍ୱିତୀୟ ଶତକ ହାସଲରୁ ବଂଚିତ ହୋଇଛନ୍ତି ।

BjdElectrycity

ନେଦରଲାଣ୍ଡ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ବାସ ଡେ ଲିଡେ ୩ଟି ୱିକେଟ ନେଇଥିଲେ । ଆର୍ଯ୍ୟନ ଦତ ଓ ଲାଗନ ଭାନ ୱିକ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । ଟସ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଉଭୟ ଟିମ ସେମିଫାଇନାଲ ପ୍ରବେଶ ଦୌଡରୁ ବାଦ ପଡି ସାରିଛନ୍ତି । ଇଂଲଣ୍ଡ ଏହି ବିଜୟ ସହ ୮ ମ୍ୟାଚରୁ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.