Latest Odisha News

BREAKING NEWS

ମାର୍ଚ୍ଚରେ ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ..

ଭୁବନେଶ୍ବର: ମାର୍ଚ୍ଚରେ ବୁଧ ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାସହ ଶୁକ୍ର ମଧ୍ୟ ମୀନ ରାଶିରେ ଚଳନ କରିବେ । ବୁଧ ଶୁକ୍ର ଏକାଠି ହେବା ଦ୍ୱାରା ଦୁର୍ଲ୍ଲଭ ରାଜଯୋଗ ସୃଷ୍ଟି ହେଉଛି ।
ଏହି ରାଜଯୋଗ କିଛି ରାଶି ଉପରେ ବିଶେଷ ପ୍ରଭାବ ପକାଇବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭୂମି ଓ ଧନ ସମ୍ପତ୍ତି ଲାଭ ମିଳିବ। ସେୟାର ଅବା ଅନ୍ୟ କେଉଁଠି ନିବେଶ କରୁଛନ୍ତି ତେବେ ଲାଭବାନ୍‌ ହେବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷ ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଟକି ଥିବା ଧନ ପ୍ରାପ୍ତି ହେବ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ।

ସିଂହ-ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରୁ ସମସ୍ୟା ଦୂର ହେବ । ଚାକିରି ଖୋଜୁଥିଲେ ନୂଆ ଚାକିରି ମିଳିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ବ୍ୟବସାୟରେ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି ।

Comments are closed.