Latest Odisha News

BREAKING NEWS

ବାଜୀଗର ସୀକ୍ୱେଲ କରିବା ନେଇ ଆଗ୍ରହ ପ୍ରକାଶ କଲେ ରତନ ଜୈନ

ମୁମ୍ବାଇ: ବଲିଉଡରେ ସୀକ୍ୱେଲର ଟ୍ରେଣ୍ଡ ଚାଲିଛି । ସୁପରଷ୍ଟାର ଶାହାରୁଖ ଖାଁଙ୍କ କେତେକ ବ୍ଲକବଷ୍ଟର ଫିଲ୍ମର ସୀକ୍ୱେଲ ନେଇ ପ୍ରଶଂସକମାନେ କେବେଠାରୁ ଦାବୀ କରି ଆସୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଭେନସ ପ୍ରଡକ୍ସନର ରତନ ଜୈନ ବାଜୀଗର ଓ ବାଦଶାହର ସୀକ୍ୱେଲ କରିବା ନେଇ ସବୁଜ ସଙ୍କେତ ଦେଇଛନ୍ତି । ଆମେ କେବେଠାରୁ ଏ ନେଇ ଚିନ୍ତା କରୁଛୁ । ଯେଉଁ ଦିନ ଭଲ ସ୍କ୍ରିପ୍ଟ ମିଳିଯିବ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ରତନ କହିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶାହାରୁଖଙ୍କ ବିନା ଏହି ଫିଲ୍ମ କରିବା ସମ୍ଭବପର ନୁହେଁ ।

ଆମେ ଶାହାରୁଖଙ୍କ ହଁ କୁ ମଧ୍ୟ ଅପେକ୍ଷା କରିଛୁ । ଏହା ବ୍ୟତୀତ କପିଲ ଶର୍ମାଙ୍କ କିସ କିସକୋ ପ୍ୟାର କରୁର ସୀକ୍ୱେଲ କରିବା ନେଇ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି । ବାଜୀଗର ଫିଲ୍ମ ଶାହାରୁଖଙ୍କ କ୍ୟାରିୟରର ଟର୍ଣ୍ଣିଂ ପଂଏଟ ଥିଲା । ଶାହାରୁଖ ଭେନସ ଗ୍ରୁପ ସହ ୟେସ ବସ ଓ ଯୋଶ ଫିଲ୍ମ ମଧ୍ୟ କରିଛନ୍ତି ।

Comments are closed.