ଟାଟା ଗ୍ରୁପ୍ ପ୍ରତିଷ୍ଠାତା ଜମସେଟଜୀ ନସେରୱାନଜୀ ଟାଟାଙ୍କ ୧୮୨ତମ ଜନ୍ମ ବାର୍ଷିକୀକୁ ନିଆରା ଢଙ୍ଗରେ ମନେ ପକାଇଲେ ରତନ ଟାଟା
ନୂଆଦିଳ୍ଲୀ: ଆଜି ହେଉଛି ଟାଟା ଗ୍ରୁପ୍ ପ୍ରତିଷ୍ଠାତା ଜମସେଟଜୀ ନସେରୱାନଜୀ ଟାଟାଙ୍କ ଜନ୍ମଦିନ। ଜମସେଟଜୀ ନସେରୱାନଜୀ ଟାଟାଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ରତନ ଟାଟା ବୁଧବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ତାଙ୍କ ପରାମର୍ଶଦାତା ସ୍ୱର୍ଗତ ଜେଆରଡି ଟାଟାଙ୍କୁ ମଧ୍ୟ ମନେ ପକାଇ ଏକ ପୁରୁଣା ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ଜାମସେଦପୁରର ଜାମସେଟଜୀ ଟାଟାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦେଖିବାକୁ ମିଳିଥିଲା।
ଜାମସେଟଜୀ ନସେରୱାନଜୀ ଟାଟାଙ୍କ ୧୮୨ ତମ ଜନ୍ମ ବାର୍ଷିକୀରେ ରତନ ଟାଟା ସମସ୍ତ ଟାଟା ଗ୍ରୁପ୍ କମ୍ପାନୀ, କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।
ସେ ଲେଖିଛନ୍ତି, ଯେ ଆମର ପ୍ରତିଷ୍ଠାତା ଶ୍ରୀ ଜାମସେଟଜୀ ନସେରୱାନଜୀ ଟାଟାଙ୍କ ଜନ୍ମ ବାର୍ଷିକୀ ଅବସରରେ ସମସ୍ତ ଟାଟା ଗ୍ରୁପ୍ କମ୍ପାନୀର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ମୋର ଶୁଭେଚ୍ଛା।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ବତନ୍ତ୍ର ଦିବସରେ ମୋ ଭିତରେ ଅନେକ ଅନ୍ତର୍ନିହିତ ଭାବନା ଏବଂ ଆବେଗ ରହିଛି, ଯାହା ମୋର ପରାମର୍ଶଦାତା ଶ୍ରୀ ଜେଆରଡି ଟାଟାଙ୍କ ଅନେକ ଉପାୟ ମୋତେ ମନେ ପକାଇ ଦେଇଛି।
Comments are closed.