Latest Odisha News

BREAKING NEWS

ଟାଟାଙ୍କ ସହିତ ଓଡିଶାର ଅନାବିଳ ସଂପର୍କ, ଥିଲା ପସନ୍ଦ ରାଜ୍ୟ

ଭୁବନେଶ୍ବର: ଓଡିଶା ସହିତ ରତନ ଟାଟାଙ୍କର ସଂପର୍କ ଅତୁଟ ଓ ଅନାବିଳ । ତାଙ୍କ ଟାଟା ଷ୍ଟିଲ କମ୍ପାନୀ ପାଇଁ ଓଡିଶା ଥିଲା ସ୍ବର୍ଣ୍ଣର କ୍ଷେତ୍ର, ସେଥିପାଇଁ ଶିଳ୍ପ କ୍ଷେତ୍ରରେ ଓଡିଶା ଥିଲା ତାଙ୍କର ପ୍ରଥମ ପସନ୍ଦ । ଶିଳ୍ପ, ସମାଜସେବା ଅର୍ଥନୈତିକ ସବୁ କ୍ଷେତ୍ରରେ ଓଡିଶାରେ ଯେପରି ଟାଟାଙ୍କ ଅବଦାନ ଅତୁଳନୀୟ । ଓଡିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁର ପ୍ରୋଜେକ୍ଟ ଏବଂ ଗଞ୍ଜାମରେ ହୋଇଥିବା ଜାଗା ମିଶନ ସବୁଥିରେ ନିଜର ପ୍ରତ୍ୟକ୍ଷ ଉପସ୍ଥିତି ରଖିବା ସହିତ ଏଥିପାଇଁ ବହୁଥର ଓଡିଶା ଆସିଛନ୍ତି ରତନ ଟାଟା ।

୧୯୯୫ ମସହାରେ ପ୍ରଥମ ଥର ପାଇଁ ଓଡିଶା ଆସିଥିଲେ ଟାଟା । ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରେ ୨୦୧୮ରେ ସଡିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା ଯୋଜନାରେ ତତ୍କାଳୀନ ନବୀନ ସରକାରଙ୍କ ସହ ମିଶି ଜାଗା ମିଶନର ପ୍ରକଳ୍ପ ଆରମ୍ଭ କରିଥିଲେ । ଯାହା ସେତେବେଳେ ମସ୍ତି ବାସନ୍ଦାଙ୍କ ପାଇଁ ବିଶ୍ବର ସବୁଡୁ ବଡ ପ୍ରକଳ୍ପର ମାନ୍ୟତା ପାଇଥିଲା । ଖାଲି ସେତିକି ନୁହେଁ ରାଜ୍ୟର ଦୁର୍ବିପାକ ସମୟରେ ମଧ୍ୟ ସବୁବେଳେ ରାଜ୍ୟ ସରକାରଙ୍କ ସହ କାନ୍ଧ ମିଶାଇ ଛିଡା ହୋଇଛନ୍ତି ରତନ ଟାଟା ଓ ତାଙ୍କ ଟାଟା ଗ୍ରୁପ୍ । ଏବେ ଟାଟା ଗ୍ରୁପର ବିଭିନ୍ନ ଫ୍ରାନ୍ଚାଇଜ୍ ଓଡିଶାକୁ ସମୃଦ୍ଧ କରିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ଉଦ୍ୟୋଗ, ବୈଷୟିକ ବିଦ୍ୟା ଓ କୌଶଳ ବୃଦ୍ଧି କରିବା କ୍ଷେତ୍ରରେ ସହାୟକ ହେଉଛି ।

ସବୁଡୁ ବଡ କଥା ହେଉଛି, ଗତ ମାସରେ ଟାଟା କଳିଙ୍ଗ ନଗର ପ୍ଲାଣ୍ଟକୁ ଦ୍ବିତୀୟ ପର୍ଯ୍ୟାୟରେ ବିସ୍ତାରିତ କରିବା ପାଇଁ ଘୋଷଣା କରିଥିଲା । ଯାହା ପରେ କଳିଙ୍ଗନଗର ପ୍ଲାଣ୍ଟର କ୍ଷମତା ବର୍ଷକୁ ୩୦ ଲକ୍ଷ ଟନରୁ ବୃଦ୍ଧି ହୋଇ ୮୦ ଲକ୍ଷ ଟନରେ ପହଞ୍ଜିବ । ଯାହା ଓଡିଶାକୁ ଏକ ବଡ ନିବେଶକ ରାଜ୍ୟ ବନାଇବାରେ ସାହାଯ୍ୟ କରିବ ।

ତେବେ ଗତକାଲି ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବାର୍ଦ୍ଧ୍ୟକଜନିତ ଅସୁସ୍ଥତା କାରଣରୁ ୮୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଯାହା ଶିଳ୍ପ ଜଗତ ସହିତ ସାରା ଭାରତ ପାଇଁ ଏକ ଅପୂରଣୀୟ କ୍ଷତି ।

Leave A Reply

Your email address will not be published.