ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନାର ସଂକ୍ରମଣ ଜାରି ରହିଛି । ମୁକାବିଲା ପାଇଁ ସରକାର ବି ପ୍ରସ୍ତୁତ । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଜାରି ରହିଥିବା ବେଳେ, ଏବେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ଏନେଇ ସୂଚନା ଦେଇଛନ୍ତି ରତନ ଟାଟା ।
କରୋନା ଟିକା ନେବା ପରେ ରତନ ଟାଟା ଆଶା ପ୍ରକାଶ କରିଛନ୍ତି ଯେ, ଦେଶ କରୋନା କବଳରୁ ରକ୍ଷା ପାଇବ । ଏହି ଟିକା କୌଣସ ଯନ୍ତ୍ରଣା ଦେଉନଥିବା କହିଛନ୍ତି ଟାଟା । ତେବେ ସମସ୍ତେ ଏହି ମହାମାରୀ କବଳରୁ ରକ୍ଷା ପାଆନ୍ତୁ ବୋଲି ସେ ଆଶାବାଦୀ ଅଛନ୍ତି ।
Comments are closed.