Latest Odisha News

ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ମମତାଙ୍କ ଉପରେ ଆକ୍ରମଣ ନେଇ ସୃଷ୍ଟି ହେଲା ସନ୍ଦେହ !

କୋଲକାତା: ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଏବେ ନୂଆ ମୋଡ ନେଇଛି । ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ମମତା ଆଘାତପ୍ରାପ୍ତ ହୋଇଥିଲେ । ତେବେ ୪/୫ଜଣ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ସେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଥିଲେ । ଶନିବାର ମମତାଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ହସ୍ତଗତ ହୋଇନାହିଁ ଏବଂ ଏହା ଏକ ଦୁର୍ଘଟଣା ଥିଲା ବୋଲି ନିର୍ବାଚନ ଆୟୋଗ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ଟିମ୍ ବିବେକ ଦୁବେ ଓ ଅଜୟ ନାୟକ ରିପୋର୍ଟ ଦେଇଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦ୍ୟୋପାଧ୍ୟାଙ୍କ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ମମତାଙ୍କ ଗୋଡରେ କାରର କବାଟ ବାଜିବାରୁ ସେ ଆଘାତ ପାଇଥିଲେ । ତେବେ କାର କବାଟ କିପରି ବାଜିଲା ସେ ନେଇ କିଛି ଲେଖା ଯାଇ ନ ଥିଲା । ନିର୍ବାଚନ କମିଶନ ଅସମ୍ପୂର୍ଣ୍ଣ ରିପୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପୂର୍ବରୁ ପ୍ରତ୍ୟକ୍ଷଦର୍ଶୀମାନେ ମମତାଙ୍କ ଉପରେ କେହି ଆକ୍ରମଣ କରି ନାହାନ୍ତି ବୋଲି କହିଥିଲେ । ମମତା ମିଛ କହି ଭୋଟ ହାତେଇବା ଲକ୍ଷ୍ୟରେ ରହିଛନ୍ତି ବୋଲି ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି । ସବୁଠାରୁ ବଡ କଥା ମମତା ସେ ସମୟରେ ପୋଲିସ ଛାଉଣୀ ମଧ୍ୟରେ ଥିଲେ ବୋଲି ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟରେ ଲେଖିଛନ୍ତି ।

Leave A Reply

Your email address will not be published.