Latest Odisha News

ରତନ ଟାଟାଙ୍କ ଉପରେ ନିର୍ମାଣ ହେବ ବାୟୋପିକ, ନେଟିଜେନ୍ସ କହିଲେ କିଏ ହେବେ ହିରୋ…

ମୁମ୍ବାଇ: ୨୦୨୪ ମସିହା ଅକ୍ଟୋବର ୯ରେ ୮୬ବର୍ଷ ବୟସରେ ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶ ମ୍ରିୟମାଣ ହୋଇପଡିଥିଲା।

ଏହି ସମୟରେ ଜି ମିଡିଆ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ବଡ ଘୋଷଣା କରିଛି। ଏହି କମ୍ପାନୀ ଟାଟା ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ସ୍ୱର୍ଗତଃ ରତନ ଟାଟାଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ଘୋଷଣା କରିଛି।

ଜି ମିଡିଆ କମ୍ପାନୀ ପକ୍ଷରୁ କୁହାଯାଇଛି, “ଆମେ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସରେ ପଦ୍ମବିଭୂଷଣ ପ୍ରାପ୍ତ ରତନ ଟାଟାଙ୍କ ଦୁଃଖଦ ମୃତ୍ୟୁରେ ଶୋକବ୍ୟକ୍ତ କରୁଛୁ। ରତନ ଟାଟା ହେଉଛନ୍ତି ସମସ୍ତ ଭାରତୀୟଙ୍କ ପାଇଁ ନେତୃତ୍ୱ, ଦୂରଦୃଷ୍ଟି, କରୁଣା ଏବଂ କାର୍ଯ୍ୟଶୈଳୀର ଏକ ପ୍ରମାଣ। କର୍ପୋରେଟ୍ ଜଗତର ଏହି ବ୍ୟକ୍ତିତ୍ବଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି, ଯାହାଙ୍କର ଭାରତୀୟ ଅର୍ଥନୀତିରେ ଏକ ମହତ୍ବପୂର୍ଣ୍ଣ ଅବଦାନ ରହିଛି। ତେବେ ଦେଖିବାକୁ ବାକି ରହିଲା ଏହି ବାୟୋଗ୍ରାଫିକାଲ୍ ଡ୍ରାମାରେ ରତନ ଟାଟାଙ୍କ ଭୂମିକାରେ କେଉଁ ଅଭିନେତା ନଜର ଆସିବେ।

ଏହି ଘୋଷଣା ପରେ ନେଟିଜେନ୍ସ ମଧ୍ଯ ଖୁବ୍ ଉତ୍ସାହିତ ହୋଇପଡିଛନ୍ତି। ଏପରିକି ରତନ ଟାଟାଙ୍କ ଭୂମିକା ପାଇଁ ଅଧିକାଂଶ ଲୋକ ନସିରୁଦ୍ଦିନ ଶାହାଙ୍କ ନାମ ନେଇଛନ୍ତି। ସେହିପରି ତାଙ୍କ ଯୁବାବସ୍ଥା ଚରିତ୍ର ପାଇଁ ଜିମ ଶେର୍ବଙ୍କୁ ପସନ୍ଦ କରିଛନ୍ତି ନେଟିଜେନ୍ସ। ଆହୁରି ମଧ୍ଯ ଅନେକ ଚାହୁଁଛନ୍ତି ଯେ, ବୋମନ ଇରାନୀ ରତନ ଟାଟାଙ୍କ ବାୟୋପିକରେ ତାଙ୍କ ଭୂମିକା ନିର୍ବାହ କରନ୍ତୁ।

Leave A Reply

Your email address will not be published.