Latest Odisha News

BREAKING NEWS

ରତନ ଟାଟାଙ୍କ କିଛି ପ୍ରେରଣାଦାୟୀ ବାର୍ତ୍ତା, ଯାହା ଯୁବପିଢିଙ୍କ ମଧ୍ୟରେ ଭରିଦିଏ ଯୋଶ..

ନୂଆଦିଲ୍ଲୀ: ବିଜନେସ୍ ଦୁନିଆର ଟାଇକୁନ ରତନ ଟାଟା ଅକ୍ଟୋବର ୯ ତାରିଖରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଛି।

ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଜଗତ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କର ବହୁ ଅବଦାନ ଥିଲା। କୋଟି କୋଟି ଯୁବ ବ୍ୟବସାୟୀଙ୍କ ଆଦର୍ଶ ଥିବା ରତନ ଟାଟାଙ୍କ କିଛି ପ୍ରେରଣାଦାୟୀ ବାର୍ତ୍ତା ସମ୍ପର୍କରେ…

  • ଯଦି ତୁମେ ଶୀଘ୍ର ଯିବାକୁ ଚାହୁଁଛ, ତାହେଲେ ଏକୁଟିଆ ଚାଲ। କିନ୍ତୁ ଯଦି ତୁମେ ବହୁତ ଦୂରକୁ ଯିବାକୁ ଚାହୁଁଛ, ତେବେ ଏକାଠି ହୋଇଚାଲ।
  • ‘ଜୀବନରେ ଉତଥାନ ଏବଂ ପତନ ଭୟ ରହିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ବାରା ଆମେ ଆଗକୁ ବଢିପାରିବା। କାରଣ ECG ରେ ଏକ ସିଧା ଲାଇନର ଅର୍ଥ ହେଉଛି ଯେ ଆମେ ଜୀବିତ ନୁହଁ।
  • ସଫଳତା ପଦ-ପଦବୀରୁ ମପାଯାଏନି, ଆପଣଙ୍କ ସଫଳତା ଅନ୍ୟମାନଙ୍କ ଉପରେ ପକାଉଥିବା ପ୍ରଭାବ ଦ୍ୱାରା ମାପ କରାଯାଏ।
  • ମୁଁ କାର୍ଯ୍ୟ-ଜୀବନ ସନ୍ତୁଳନରେ ବିଶ୍ବାସ କରେ ନାହିଁ। ମୁଁ କାର୍ଯ୍ୟ-ଜୀବନ ଇଣ୍ଟିଗ୍ରେସନରେ ବିଶ୍ୱାସ କରେ। ତୁମର କାର୍ଯ୍ୟ ଏବଂ ଜୀବନକୁ ଅର୍ଥପୂର୍ଣ୍ଣ କର।
  • ଲୋକେ ଫିଙ୍ଗୁଥିବା ପଥରକୁ ସାଇତି ରଖ, ଆଉ ଏହାକୁ ସ୍ମାରକୀ ନିର୍ମାଣ ପାଇଁ ବ୍ୟବହାର କର
  • ‘ଲୁହାକୁ କେହି ନଷ୍ଟ କରିପାରିବେ ନାହିଁ, କିନ୍ତୁ ଏହାର ନିଜ କଳଙ୍କି ଲିହାକୁ ନଷ୍ଟ କରିଥାଏ। ସେହିଭଳି ନିଜ ଚିନ୍ତାଧାରା ବ୍ୟତୀତ କୌଣସି ଜିନିଷ ତୁମର ବିନାଶ କରିପାରିବ ନାହିଁ।
  • ସହାନୁଭୂତି ଏବଂ ଦୟା ହେଉଛି ଜଣେ ଜନନାୟକଙ୍କର ସବୁଠାରୁ ବଡ଼ ଶକ୍ତି।
Leave A Reply

Your email address will not be published.