Latest Odisha News

BREAKING NEWS

ଏଣିକି ରାଜ୍ୟର ସବୁ ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ବର: ଔଷଧ କିଣିଲା ବେଳେ ଏଣିକି ଆଉ ଠକାମିର ଶିକାର ହେବେନି ଗ୍ରାହକ! ରାଜ୍ୟର ସମସ୍ତ ମେଡିସିନ୍ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ। ସାରା ଓଡ଼ିଶାରେ ୩୯ଟି ଜରୁରୀ ଔଷଧର ଦର ଏକାଭଳି ରହିବ। କେନ୍ଦ୍ର ସରକାର ୩୯ ଟି ମେଡ଼ିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

କେନ୍ଦ୍ର ରସାୟନ ମନ୍ତ୍ରାଳୟ ଜାରି କରିଥିବା ତାଲିକାକୁ ରାଜ୍ୟର ସମସ୍ତ ମେଡ଼ିସିନ ଷ୍ଟୋରରେ ଲଗାଯିବ। ରକ୍ତଚାପ, ମଧୁମେହ, ହୃଦ ରୋଗ ଭଳି ବିଭିନ୍ନ ରୋଗ ପାଇଁ ୩୯ ଟି ଔଷଧର ଦର ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର।

Comments are closed.