Latest Odisha News

BREAKING NEWS

ଆଜି ପବିତ୍ର ଶ୍ରୀପଞ୍ଚମୀ: ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୂଜାର୍ଚ୍ଚନା କରାଯିବ ରଥ କାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀରେ ଶ୍ରୀଜିୟୁଙ୍କ ରଥ ନିର୍ମାଣ ଲାଗି ରଥକାଠର ପୂଜାର୍ଚ୍ଚନା କରାଯିବ । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ ।

ରଥ ନିର୍ମାଣ ପାଇଁ ନୟାଗଡ ଦଶପଲ୍ଲା ଜଙ୍ଗଲରୁ ଆସିଛି ରଥ କାଠ । ଏହି କାଠର ଲମ୍ବ ୧୨ ଫୁଟର ହୋଇଥାଏ । ତାକୁ ଧଉରା କାଠ ବୋଲି କୁହାଯାଏ । ଏହି କାଠକୁ ଶ୍ରୀପଞ୍ଚମୀ ଦିନ ଅର୍ଥାତ୍‌ ଆଜି ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ପୂଜା କରାଯିବ ।

ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ତେବେ ଆସନ୍ତା ରାମନବମୀ ତିଥିରେ ଅନୁକୂଳ କରାଯାଇ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବ । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନିରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୫୩ ଖଣ୍ଡ କାଠ ମହଜୁଦ ଅଛି । ଅବଶିଷ୍ଟ ୮୧୨ ଖଣ୍ଡ ପର୍ଯ୍ୟାୟ କ୍ରମେ ଅଣାଯିବାକୁ ଥିବା ବେଳେ ଗତ ୮ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ୧୦୨ ଖଣ୍ଡ ଧଉରା ଓ ଅସନ କାଠ ପୁରୀରେ ଆସି ପହଞ୍ଚିଛି ।

Leave A Reply

Your email address will not be published.