ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଉତ୍ସବ ଫିକା ପଡ଼ିଥିଲା ।

ମାତ୍ର ୨୦ ଜଣ ଭକ୍ତଙ୍କ ଭିତରେ ହୋଇଥିଲା ରଥଯାତ୍ରା । ସମସ୍ତେ ମାନିଥିଲେ ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିଥିଲେ । ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ପାରିନଥିଲେ ସେମାନଙ୍କ ପାଇଁ ସିଧାପ୍ରସାରଣ ବ୍ୟବସ୍ଥା ହୋଇଥିଲା । ସେଠାରେ ରହୁଥିବା ପାଖାପାଖି ସାତ ହଜାରରୁ ଅଧିକ ଜଗନ୍ନାଥ ଭକ୍ତ ଟିଭି, ମୋବାଇଲ୍ ଓ ଲାପଟପ ଯୋଗେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ମହାନ ଯାତ୍ରାରେ ନିଜରୁ ସାମିଲ କରିଥିଲେ ।

କୋଭିଡ୍ କଟକଣା ଭିତରେ ରଥଯାତ୍ରାର ସମସ୍ତ ବିଧି, ପରମ୍ପରା ଓ ରୀତିନୀତି କରାଯାଇଥିଲା । ଶ୍ରୀଜିଉମାନଙ୍କର ପହଣ୍ଡି, ଛେରା ପହଁରା ଓ ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ଏସବୁ କାମରେ ମାତ୍ର ୨୦ ଜଣ ଭକ୍ତ ସାମିଲ ହୋଇଥିଲେ । ସେହିପରି କଟକଣା ଭିତରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ।

ଫ୍ରେମଣ୍ଟ ମନ୍ଦିରରେ ଦୀର୍ଘ ୨୬ ବର୍ଷ ହେବ ଆୟୋଜିତ ହୋଇ ଆସୁଛି ରଥଯାତ୍ରା । ତେବେ ଚଳିତବର୍ଷ କରୋନା ଯୋଗୁ ନିଆରା ଢଙ୍ଗରେ ସମସ୍ତେ ରଥଯାତ୍ରା ଦେଖିଲେ । ଘରେ ରହି ସୁରକ୍ଷିତ ଭାବରେ ରଥଯାତ୍ରାରେ ନିଜକୁ ସାମିଲ କରିଥିଲେ ସେଠାରେ ରହୁଥିବା ଓଡ଼ିଆ । ଜଗତର ନାଥଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏ ଦିଗରେ ସମସ୍ତେ ସହଯୋଗ କରିଥିଲେ । ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ଫ୍ରେମଣ୍ଟ ମନ୍ଦିର ଅଧ୍ୟକ୍ଷ ।
BREAKING NEWS
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି

Comments are closed.